
ଗଞ୍ଜାମ,୩୦ସେପ୍ଟେମ୍ବର (ହିସ)ଧରାକୋଟ ଅଞ୍ଚଳର ପଟା ଶାଳଗ୍ରାମରେ ଝାଡାବାନ୍ତି ବ୍ୟାପି ୧୫ ଜଣ ଆକ୍ରାନ୍ତ ହେବା ସ଼ହ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି . ଦୁଇ ଦିନ ପୂର୍ବେ ନିକଟସ୍ଥ ଗୋଟିଏ ଗ୍ରାମରେ ଶୁଦ୍ଧି ଭୋଜି ଖାଇ ଆସିବାପରେ ଏହି ବ୍ୟକ୍ତି ମାନେ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଥିବା ଜଣାପଡିଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଏହି ଗ୍ରାମରେ ପହଞ୍ଚି ଚିକିତ୍ସା, ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ