
ଭୁବନେଶ୍ୱର, ୩୦ ସେପ୍ଟେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଉମରକୋଟ ବ୍ଲକ ଓ ପୌରପାଳିକାର ବରିଷ୍ଠ ନାଗରିକ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଉମରକୋଟରୁ ୫୩ ଜଣ ବରିଷ୍ଠ ନାଗରିକ ବୁଧବାର ତୀର୍ଥଯାତ୍ରୀ ବସ୍ ଦ୍ୱାରା ବାରାଣସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ଯାତ୍ରାର ଶୁଭାରମ୍ଭ କରିବା ସହ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ତରଫରୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଏହି ତୀର୍ଥଯାତ୍ରା ଅନେକ ବରିଷ୍ଠ ନାଗରିକଙ୍କ ପାଇଁ ଜୀବନର ଦୀର୍ଘଦିନର ସ୍ୱପ୍ନ ପୂରଣ କରିବ। ସମସ୍ତଙ୍କର ଯାତ୍ରା ଓ ରହଣି ବ୍ୟବସ୍ଥା ଆମ ସରକାର କରିଛନ୍ତି। କେବଳ ସେତିକି ନୁହେଁ ସୁରକ୍ଷା ଓ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଯାତ୍ରାରେ ବରିଷ୍ଠ ନାଗରିକମାନେ ବାରାଣସୀର କାଶୀ ବିଶ୍ୱନାଥ ଓ ଗଙ୍ଗା ଘାଟ ଏବଂ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଦର୍ଶନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା