ଶଶାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରଖିଲେ ରାଜ୍ୟ ସ୍ତରୀୟ ଏନ୍.କ୍ୱା.ସ୍ ଟିମ୍
ଜୟପୁର, 30 ସେପ୍ଟେମ୍ବର (ହି.ସ.) - ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ସ୍ତରୀୟ ତିନି ଜଣିଆ ଏନ୍.କ୍ୱା.ସ୍ ଟିମ୍ ଆଜି ଶଶାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଗୁଡିକୁ ପରଖି ଛନ୍ତି। ଏହି ଟିମ୍ ପହଞ୍ଚି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କର
ଶଶାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପରଖିଲେ ରାଜ୍ୟ ସ୍ତରୀୟ ଏନ୍.କ୍ୱା.ସ୍ ଟିମ୍


ଜୟପୁର, 30 ସେପ୍ଟେମ୍ବର (ହି.ସ.) - ସ୍ୱାସ୍ଥ୍ୟ ବିଭାଗର ରାଜ୍ୟ ସ୍ତରୀୟ ତିନି ଜଣିଆ ଏନ୍.କ୍ୱା.ସ୍ ଟିମ୍ ଆଜି ଶଶାହାଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସ୍ୱାସ୍ଥ୍ୟ ସେବା ଗୁଡିକୁ ପରଖି ଛନ୍ତି। ଏହି ଟିମ୍ ପହଞ୍ଚି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ର ଆନୁସଙ୍ଗିକ ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସେବା ଓ ପାରିବେଶିକ ସ୍ୱଚ୍ଛତାକୁ ଏହି ଟିମ୍ ପରଖିଥିଲେ। ନିରାମୟ ଯୋଜନା, ନିଦାନ, ଅଣ ସଂକ୍ରମିତ ରୋଗ, ବର୍ଯ୍ୟ ବସ୍ତୁ ପରିଚାଳନା ଭଳି ଅନେକ ଗୁଡ଼ିଏ ବିଭାଗ ବୁଲି ସ୍ୱାସ୍ଥ୍ୟ ସେବାର ସ୍ଥିତି ପରଖିଥିଲେ। ରାଜ୍ୟ ସ୍ତରୀୟ ଏହି ତିନି ଜଣିଆ ଟିମ୍ ରେ ବୌଦ୍ଧ ଜିଲ୍ଲା ର ଡାକ୍ତର ରମାକାନ୍ତ ନନ୍ଦ, ଗୋପାଳ କୃଷ୍ଣ ସାହୁ, ବିକାସିନୀ ମହାପାତ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ସ୍ୱାସ୍ଥ୍ୟ ସେବାର ସ୍ଥିତି ଗୁଡ଼ିକ ପରଖିଥିଲେ। ଶଶାହାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର କାଲି ଚରଣ ପଣ୍ଡା, ଫାର୍ମାସିଷ୍ଟ ରଞ୍ଜନ ନାୟକ, ନିତେଶ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଇତିଶ୍ରୀ ଶତପଥୀ, ବିପିନ ମାଝୀ, ରୋଜାଲିନ ସାହୁ, ମୌସୁମୀ ମହନ୍ତ, ହେମଲତା ବେମାଲ, ଝାଡେଶ୍ୱର୍ ହାଲବା, ସୁକାନ୍ତ କୁମାର ହାଲବା ଏହି ତିନି ଜଣିଆ ଟିମ୍ ଗସ୍ତ ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉପସ୍ଥିତ ରହି ନିଜ ନିଜ ବିଭାଗ ଗୁଡ଼ିକ ବିଷୟରେ ଟିମ୍ ସମ୍ମୁଖ ରେ ରଖିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବି.ପି.ମ୍ ସସ୍ମିତା ତ୍ରିପାଠୀ, ଶିବ ପ୍ରସାଦ ନାୟକ, ଗୋଲକ ଚୌଧୁରୀ ଶଶାହାଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉପସ୍ଥିତ ରହି ତିନି ଜଣିଆ ଟିମ୍ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande