କାଲିମେଳାରେ ବଢ଼ୁଛି ନାଗରାଜ ମିଲକ . ଡାଏରୀ ପନିରର ଚାହିଦା, ଗ୍ରାହକଙ୍କ ମୁହଁରେ ହସ
ମାଲକାନଗିରି,୩୦ ସେପ୍ଟେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଆନ୍ଧ୍ର ପ୍ରଦେଶ ରୁ ଆସୁଥିବା ନାଗରାଜ ମିଲକ . ଡାଏରୀ ପନିରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଭଲ ଗୁଣବତ୍ତା ଓ ତାଜା ପନିର କାଲିମେଳାରେ ମିଳୁଥିବାରୁ ସ୍ଥାନୀୟ ଲୋକେ ବେଶ୍ ଖୁସି ଅଛନ୍ତି । ସୂଚନା ଅନୁସାରେ, ନା
କାଲିମେଳାରେ ବଢ଼ୁଛି ନାଗରାଜ ମିଲକ . ଡାଏରୀ ପନିରର ଚାହିଦା, ଗ୍ରାହକଙ୍କ ମୁହଁରେ ହସ


ମାଲକାନଗିରି,୩୦ ସେପ୍ଟେମ୍ବର (ହି.ସ.)

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଆନ୍ଧ୍ର ପ୍ରଦେଶ ରୁ ଆସୁଥିବା ନାଗରାଜ ମିଲକ . ଡାଏରୀ ପନିରର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ଭଲ ଗୁଣବତ୍ତା ଓ ତାଜା ପନିର କାଲିମେଳାରେ ମିଳୁଥିବାରୁ ସ୍ଥାନୀୟ ଲୋକେ ବେଶ୍ ଖୁସି ଅଛନ୍ତି । ସୂଚନା ଅନୁସାରେ, ନାଗରାଜ ମିଲକ . ଡାଏରୀ ପକ୍ଷରୁ ପ୍ରସ୍ତୁତ ହେଉଥିବା ପନିର ସମ୍ପୂର୍ଣ୍ଣ ଶୁଦ୍ଧ, ତାଜା ଏବଂ ସୁଆଦିଆ ହୋଇଥିବାରୁ ଏହାର ଚାହିଦା ବହୁ ମାତ୍ରାରେ ବଢ଼ୁଛି । ଅନ୍ୟ ସ୍ଥାନର ପନିର ଅପେକ୍ଷା କମ୍ ଦାମରେ ଉତ୍ତମ ମାନର ପନିର ମିଳୁଥିବାରୁ ସ୍ଥାନୀୟ ହୋଟେଲ, ଫାଷ୍ଟଫୁଡ୍ ଦୋକାନ, ମିଠା ଦୋକାନ ଏବଂ ସାଧାରଣ ଗ୍ରାହକମାନେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ।କେବଳ କାଲିମେଳା ବଜାର ନୁହେଁ, ଆଖପାଖ ଅଞ୍ଚଳରୁ ମଧ୍ୟ ବହୁ ଗ୍ରାହକ ଆସି ପ୍ରତିଦିନ ପନିର ନେଉଥିବା ଦେଖିବାକୁ ମିଳୁଛି । ସବୁଠୁ ବଡ଼ କଥା ହେଲା, ଆଗକୁ ଦଶହରା ଭଳି ବଡ଼ ପର୍ବ ଆସୁଥିବାରୁ ଭଲ ପନିର ଚାହିଦା ଆହୁରି ବଢ଼ିବ । ଅନ୍ୟପକ୍ଷେ ଗତ ବୁଧବାର ଦିନ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠି ଓ ତାଙ୍କ ଟିମ କାଲିମେଳା ବଜାରରେ ବିଭିନ୍ନ ଦୋକାନ ବୁଲି ଖାଦ୍ୟର ମାନ ଯାଞ୍ଚ କରିଥିବା ବେଳେ ଏନ୍.ଏମ ଡାଏରୀର ଏହି ପନିର କାଲିମେଳା ଅଞ୍ଚଳରେ ଯୋଗାଉଥିବା ମାଲିକ ଙ୍କ ଦୋକାନ କୁ ଯାଇ ସେଠାରେ କେମିକାଲ ପକାଇ ପନିର କୁ ଯାଞ୍ଚ କରିଥିଲେ!ଯାଞ୍ଚ ପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଏହା ସଂପୂର୍ଣ୍ଣ ଖାଇବା ଯୋଗ୍ୟ ଏବଂ ଭଲ ମାନର ବୋଲି ପ୍ରଶଂସା କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଓ ଅପମିଶ୍ରିତ ପନିର ମିଳୁଥିବାବେଳେ ଏହି ସମୟରେ କାଲିମେଳାରେ ହିଁ ଭଲ ପନିର ମିଳୁଥିବାରୁ ଲୋକେ ବେଶ୍ ଖୁସି ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande