
ଝାରସୁଗୁଡ଼ା, 30 ସେପ୍ଟେମ୍ବର (ହି.ସ.) - ବୃହତ୍ତମ ଆଲୁମିନିୟମ ଉତ୍ପାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ାସ୍ଥିତ ଆବାସିକ ଟାଉନସିପ୍ ‘ବେଦାନ୍ତ ମିଡୋଜ୍’ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ଦ୍ଵାରା ଏମ୍. କେ ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬ ହାସଲ କରିଛି। ନିଜର ଶିଳ୍ପ
ପରିଚାଳନା ସହିତ କର୍ମଚାରୀଙ୍କ ରହିବା ପରିବେଶରେ ଦାୟିତ୍ବବାନ ପରିବେଶୀୟ ଅଭ୍ୟାସ ଗ୍ରହଣ କରିଥିବାରୁ କମ୍ପାନୀକୁ ଏହି ସମ୍ମାନ ମିଳିଛି। ଟାଉନସିପ୍ରେ ସ୍ବତନ୍ତ୍ର ପରିବେଶ । ଅନୁକୂଳ ନକ୍ସା, ସବୁଜିମା ଏବଂ ନିର୍ଭରଯୋଗ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି | ଯାହା କର୍ମଚାରୀ ଓ ସେମାନଙ୍କ ପରିବାର ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରେ | ଝାରସୁଗୁଡ଼ାରେ ଆମର ବିକାଶ ଯାତ୍ରାର କେନ୍ଦ୍ରରେ ସ୍ଥାୟୀ ବିକାଶ ରହିଛି। ପରିଚାଳନାଗତ ଉତ୍କର୍ଷତା ସହିତ ପ୍ରାକୃତି ପ୍ରାକୃତିକ ସମ୍ପଦ ସଂରକ୍ଷଣ, ଜୈବ ବିବିଧତା ବୃଦ୍ଧି, ଅଧିକ ସବୁଜ କ୍ଷେତ୍ର ସୃଷ୍ଟି ଏବ ସମୁଦାୟ ମଧ୍ୟରେ ପରିବେଶ ପ୍ରତି ଦାୟିତ୍ବବୋଧ ବୃଦ୍ଧି ଉପରେ ଆମେ ଗୁରୁତ୍ବ ଦେଉଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ