
ଭୁବନେଶ୍ୱର, ୩୦
ସେପ୍ଟେମ୍ବର (ହି.ସ) : ଆୟଠାରୁ ଅଧିକ ସମ୍ପତ୍ତି ଠୁଳମାମଲାରେ
ସମ୍ବଲପୁରର ଫ୍ୟାକ୍ଟ୍ରି ଓ ବଏଲର ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ
ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର
ବିଚାରପତିଙ୍କ ଅଦାଲତରେ ହାଜର କରାଯିବ।
ଭିଜିଲାନ୍ସ ବିଭାଗର ସୂଚନା
ଅନୁସାରେ, ଉମାକାନ୍ତ
ସାମନ୍ତରାୟଙ୍କ ସହ ସମ୍ପର୍କିତ ସମ୍ପତ୍ତି ଉପରେ କରାଯାଇଥିବା ତଲାସି ସମୟରେ ତାଙ୍କ ଜଣାଶୁଣା ଆୟ
ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ତଲାସି ସମୟରେ ୪ଟି ବହୁତଳ କୋଠା, ଯେଉଁଥିରୁ
୨ଟି ଭୁବନେଶ୍ୱର ଏବଂ ଗୋଟିଏ ପୁରୀରେ ଅବସ୍ଥିତ,
ଗୋଟିଏ ୩-ବିଏଚ୍କେ ଫ୍ଲାଟ୍, ପ୍ରାୟ ୩୦ଟି ମୂଲ୍ୟବାନ
ପ୍ଲଟ୍, ୩୦୦
ଗ୍ରାମ୍ ସୁନା, ବ୍ୟାଙ୍କରେ ୩୬.୭୮ ଲକ୍ଷ ଟଙ୍କାର ଜମା ଏବଂ ଗୋଟିଏ ଚାରିଚକିଆ ଯାନ
ସମେତ ଅନ୍ୟାନ୍ୟ ସମ୍ପତ୍ତିର ସନ୍ଧାନ ମିଳିଛି।
ବିଭାଗର ସୂଚନା ଅନୁସାରେ, ଏହି
ସମ୍ପତ୍ତି ଓ ଆସେଟ୍ ସମ୍ପର୍କରେ ସାମନ୍ତରାୟ ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରିନଥିଲେ।
ଏହି ସମ୍ପର୍କରେ ଦୁର୍ନୀତି
ନିବାରଣ ଆଇନ ଅଧୀନରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୮/୨୦୨୬ ରୁଜୁ କରାଯାଇଛି।
ମାମଲାର ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା