ଏସୀୟ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଏସୀୟ କ୍ରୀଡାରେ ପଦକ ଜିତିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬
ଏସୀୟ କ୍ରୀଡାରେ ପଦକ     ଜିତିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଏସୀୟ କ୍ରୀଡାରେ

ପଦକ ଜିତିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି

ଯେ, ଏସିଆନ୍ ଗେମ୍ସ ୨୦୨୬ର ମହିଳା ହାଇ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିବା ପୂଜା ସିଂହଙ୍କୁ

ହାର୍ଦ୍ଦିକ ଅଭିନନ୍ଦନ। ୨୪ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ତାଙ୍କର ଏହି ଐତିହାସିକ ସଫଳତା

ଭାରତୀୟ ହାଇ ଜମ୍ପ କ୍ରୀଡ଼ାରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି।

ଅନ୍ୟ ଏକ ବାର୍ତ୍ତା ଜାରି

କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର ମହିଳା ୬୦

କିଲୋଗ୍ରାମ ବକ୍ସିଂ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ପ୍ରିୟା ଘାଙ୍ଗାସଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ। ତାଙ୍କର ସାହସ, ଦୃଢ଼

ସଂକଳ୍ପ ଓ ଲଢ଼ୁଆ ମନୋଭାବ ସମଗ୍ର ଦେଶକୁ ଗର୍ବିତ କରିଛି।

ଅନ୍ୟ ଏକ ବାର୍ତ୍ତା ଜାରି

କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ର କମ୍ପାଉଣ୍ଡ

ମିକ୍ସଡ୍ ଟିମ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଚିକିଥା ତନିପାର୍ଥୀ ଓ ସାହିଲ ଯାଦବଙ୍କୁ

ହାର୍ଦ୍ଦିକ ଅଭିନନ୍ଦନ। ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ!

ଏକ୍ସ ହ୍ୟାଣ୍ଡେଲରେ ଏକ

ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଏସିଆନ୍ ଗେମ୍ସ ୨୦୨୬ର ମହିଳା କମ୍ପାଉଣ୍ଡ

ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନମ୍, ଚିକିଥା ତନିପାର୍ଥୀ ଏବଂ ପ୍ରିଥିକା ପ୍ରଦୀପଙ୍କୁ ହାର୍ଦ୍ଦିକ

ଅଭିନନ୍ଦନ। ସେମାନଙ୍କର ନିଖୁଣ ଲକ୍ଷ୍ୟଭେଦ, ଧୈର୍ଯ୍ୟ ଓ ଅଦ୍ଭୁତ ଦଳଗତ ପ୍ରଦର୍ଶନ ସମଗ୍ର ଦେଶକୁ ଗର୍ବିତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande