
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ଠାରେ
ଆୟୋଜିତ ଅନୁଗୋଳ ଜିଲ୍ଲା ଏମସିଏଲର ସ୍ୱତନ୍ତ୍ର କମିଟି ବୈଠକରେ ତାଳଚେର ଓ ଛେଣ୍ଡିପଦା
ବିଧାୟକଙ୍କ ସହ ଯୋଗଦେଇଛନ୍ତି ସମ୍ବଲପୁର ସାଂସଦ
ଧର୍ମେନ୍ଦ୍ର ପ୍ରଧାନ । ଖଣି ଅଞ୍ଚଳର ବିସ୍ଥାପିତ ଲୋକଙ୍କ ସମସ୍ୟା, ସ୍ଥାନୀୟ
ନିଯୁକ୍ତି, ପରିବେଶ
ସୁରକ୍ଷା ଏବଂ ସିଏସଆର ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଛି ।
ଖଣି ପ୍ରଭାବିତ
ଅଞ୍ଚଳଗୁଡ଼ିକରେ ସିଏସଆର୍ ପାଣ୍ଠି ଦ୍ୱାରା ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ
ଏବଂ ଶିକ୍ଷା ଭିତ୍ତିଭୂମିର ବିକାଶ, ଖଣି ଅଧିଗ୍ରହଣ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକର
କ୍ଷତିପୂରଣ ଏବଂ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା, ଖଣି ଖନନ
ଯୋଗୁଁ ସୃଷ୍ଟି ହେଉଥିବା ଧୂଳି ଓ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷରୋପଣ ତଥା କୋଇଲା ଉତ୍ପାଦନ
ବୃଦ୍ଧି ସହ ପରିବହନ ସମୟରେ ସ୍ଥାନୀୟ ଲୋକଙ୍କ ଯାତାୟାତରେ ଯେପରି ସମସ୍ୟା ନହୁଏ ତା’ ଉପରେ
ଆଲୋଚନା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା