ପୂର୍ତ୍ତ ବିଭାଗର ବୈଠକରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରାସ୍ତା ଉପରେ ଆଲୋଚନା
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର ଠାରେ ପୂର୍ତ୍ତ ବିଭାଗର ବୈଠକରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ଅନ
ବୈଠକ


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଭୁବନେଶ୍ୱର

ଠାରେ ପୂର୍ତ୍ତ ବିଭାଗର ବୈଠକରେ ରାଜ୍ୟ ଆଇନ,

ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗ୍ରାମୀଣ

ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ

ଅନୁଗୋଳ, ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା

ଓ ପରଜଙ୍ଗର ବିଧାୟକମାନଙ୍କ ସହ ଯୋଗଦେଇଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ବୈଠକରେ

ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ

ଓ ଦେବଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜାତୀୟ ରାଜପଥ ଏବଂ ରାଜ୍ୟ ସଡ଼କ ପ୍ରକଳ୍ପଗୁଡ଼ିକର

ଅଗ୍ରଗତି ନେଇ ଆଲୋଚନା କରିଥିଲେ ସାଂସଦ ।

ଏହାସହିତ ଅନୁଗୋଳ–ଛେଣ୍ଡିପଦା

ରାସ୍ତା, ଜରପଡ଼ା–ଛେଣ୍ଡିପଦା

ବାଇପାସ୍ ଏବଂ ପାତ୍ରପଡ଼ା–ହଣ୍ଡପା ରାସ୍ତାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ

ସ୍ଥାନୀୟ ଲୋକେ ଯେପରି ହଇରାଣ ନ ହୁଅନ୍ତି,

ସେଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

ସମ୍ବଲପୁରର ସଡ଼କ

ଭିତ୍ତିଭୂମିର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ଏବଂ ଆଗାମୀ ପ୍ରକଳ୍ପଗୁଡ଼ିକ ନେଇ ଚର୍ଚ୍ଚା

ହୋଇଛି। ବିଶେଷକରି ସମ୍ବଲପୁର ରିଙ୍ଗ୍ ରୋଡ୍,

ବୁର୍ଲା ବାଇପାସ୍,

ହୀରାକୁଦ ବାଇପାସ୍,

ରେମେଡ୍–ହୀରାକୁଦ ରାସ୍ତା,

ବୁର୍ଲା–ହୀରାକୁଦକୁ ସଂଯୋଗ କରୁଥିବା ସେତୁ, ସହିଦ ଛକ

- ଖଣ୍ଡୁଆଳ ମହାନଦୀ ଏମ୍ବାଙ୍କମେଣ୍ଟ ରିଙ୍ଗ୍ ରୋଡ୍ ଏବଂ ସମ୍ବଲପୁର–ଝାରସୁଗୁଡ଼ା ରାସ୍ତାର

ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଆଲୋଚନା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande