
ଭୁବନେଶ୍ୱର, 30 ସେପ୍ଟେମ୍ବର
(ହି.ସ) ନବନିର୍ମାଣ ଯୁବ ଛାତ୍ର ସଂଗଠନ ଏବଂ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ଓଡ଼ିଶା
ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ 'ଓଡ଼ିଶା ବନ୍ଦ' ଡାକରା
ଦିଆଯାଇଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ଦଳ । ଏହି
ଧର୍ମଘଟକୁ ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଦଳ ସମେତ ବିରୋଧୀ
ଦଳଗୁଡ଼ିକ ସମର୍ଥନ ଜଣାଇଛନ୍ତି । ଆଜି ଏହି ଆନ୍ଦୋଳନ ସମୟରେ ରାସ୍ତାରୋକ, ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି
ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସୁରକ୍ଷା
ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ
ଦିଆଯାଇଛି । ଏହା ସହିତ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକର ସ୍ୱାଭାବିକ
କାର୍ଯ୍ୟକାରିତା ଏବଂ ଜରୁରୀକାଳୀନ ସେବାର ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ ସରକାରୀ
ସ୍ତରରେ ସତର୍କତା ଅବଲମ୍ବନ କରାଯାଇଛି ।
ନବନିର୍ମାଣ ଯୁବ ଛାତ୍ର
ସଂଗଠନ ଏବଂ ନବ ନିର୍ମାଣ କୃଷକ ସଂଗଠନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ କିଛିଟା
ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ରାଜଧାନୀର ମୁଖ୍ୟ ଛକଗୁଡିକରେ ଏହାର କୌଣସି
ପ୍ରଭାବ ଦେଖିବାକୁ ମିଳିନାହିଁ। ରାଜମହଲ ଛକ ଠାରୁ ଆରମ୍ଭ କରି ଲୋୟର ପିଏମଜି ରାଜଧାନୀର ମୁଖ୍ୟ
ଛକ ଗୁଡିକରେ ଗାଡ଼ି ଗୁଡ଼ିକ ସ୍ୱାଭାବିକ ଚଳାଚଳ ହେଉଛି। ଛକରେ ମଧ୍ୟ ପୋଲିସ ମାନେ ମୁତୟନ ହୋଇଛନ୍ତି
। ଗାନ୍ଧୀ ମାର୍ଗରୁ ସଚିବାଳୟ ମାର୍ଗକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ସମ୍ପୂର୍ଣ୍ଣ ପୋଲିସ ସୁରକ୍ଷା
ମଧ୍ୟରେ ସଚବଳୟ ମାର୍ଗଟି ରହିଛି। ଆନ୍ଦୋଳନକାରି ମାନେ ଯେପରି ଲୋକସଭା ଭବନ ଭିତରୁ ପ୍ରବେଶ ନ
କରିପାରିବେ ସେ ନେଇ ଉଭୟ ପାର୍ଶ୍ୱରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ସେହି
ରାସ୍ତାରେ ଦେଇ ଯାଉଛନ୍ତି ସମସ୍ତଙ୍କର ଆଇଡି ଚେକ୍ ହେବା ପରେ ସେମାନଙ୍କୁ ଭିତରକୁ ଛଡ଼ା ଯାଉଛି।
ଅନ୍ୟପଟେ ରାଜଧାନୀରେ ବନ୍ଦ୍ର
ପ୍ରଭାବ ପଡ଼ିନଥିବା କହିଛନ୍ତି ଭୁବନେଶ୍ବର ଡିସିପି । ସେ କହିଛନ୍ତି ଯେ, ପୂରା ସ୍ବାଭାବିକ
ସ୍ଥିତି ଅଛି, ଲୋକେ ନିଜ ନିଜ
କର୍ମସ୍ଥଳୀକୁ ଯାଉଛନ୍ତି । ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ରାସ୍ତାରୋକ ଉଦ୍ୟମ ବେଳେ କିଛିଙ୍କୁ
ଅଟକ ରଖାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା