
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଏସୀୟ କ୍ରୀଡାରେ
ପଦକ ଜିତିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା
ସହ ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ କମ୍ପାଉଣ୍ଡ ମିକ୍ସଡ୍ ତୀରନ୍ଦାଜୀ
ଦଳକୁ ହାର୍ଦ୍ଦିକ ଅଭିନନ୍ଦନ। ସେମାନଙ୍କର ଏହି ଐତିହାସିକ ସଫଳତା ସମଗ୍ର ଦେଶର ଅନେକ
କ୍ରୀଡ଼ାବିତଙ୍କୁ ପ୍ରେରଣା ଯୋଗାଇବ। ସେମାନେ ନିଜ କ୍ରୀଡ଼ା ଜୀବନରେ ଆହୁରି ଉଚ୍ଚ ଶିଖର ଛୁଇଁ
ଦେଶ ପାଇଁ ଅନେକ ଗୌରବ ଆଣନ୍ତୁ। ସେମାନଙ୍କୁ ମୋର ଶୁଭେଚ୍ଛା।
ଅନ୍ୟ ଏକ ବାର୍ତ୍ତାରେ
ବିରୋଧୀ ଦଳ ନେତା କହିଛନ୍ତି ଯେ, ଏସିଆନ୍ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ
ମହିଳା କମ୍ପାଉଣ୍ଡ ତୀରନ୍ଦାଜୀ ଦଳକୁ ହାର୍ଦ୍ଦିକ ଅଭିନନ୍ଦନ। ସେମାନଙ୍କର ବିଶ୍ୱ ରେକର୍ଡ
ସମକକ୍ଷ ପ୍ରଦର୍ଶନ ଯୁବପିଢ଼ିକୁ କ୍ରୀଡ଼ାକୁ ଆପଣାଇବା ସହ ଦେଶ ପାଇଁ ଗୌରବ ଆଣିବାକୁ ପ୍ରେରଣା
ଯୋଗାଇବ। ସେମାନେ ନିଜର ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ଆହୁରି ଗୌରବ
ଆଣନ୍ତୁ। ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା