ଉମରକୋଟ ବସ ଷ୍ଟାଣ୍ଡରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଆଜି ଉମରକୋଟ ବସ ଷ୍ଟାଣ୍ଡରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ସଫେଇ କାର୍ଯ୍ୟ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତ୍ରୀ ବସ ଷ୍ଟାଣ୍ଡ ପରିସର, ଯାତ୍ରୀ ଅପେକ୍ଷା ସ୍ଥାନ ଓ ଆଖପାଖ ଅଞ୍ଚଳରୁ
ମନ୍ତ୍ରୀ ସଫେଇ


ଭୁବନେଶ୍ୱର, 30 ସେପ୍ଟେମ୍ବର (ହି.ସ.)- ଆଜି ଉମରକୋଟ ବସ

ଷ୍ଟାଣ୍ଡରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ସଫେଇ କାର୍ଯ୍ୟ କରିଛନ୍ତି

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ମନ୍ତ୍ରୀ ବସ ଷ୍ଟାଣ୍ଡ ପରିସର, ଯାତ୍ରୀ ଅପେକ୍ଷା ସ୍ଥାନ ଓ ଆଖପାଖ ଅଞ୍ଚଳରୁ ଆବର୍ଜନା ସଂଗ୍ରହ କରି

ସେହି ସ୍ଥାନକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ଉଦ୍ୟମ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ

କହିଛନ୍ତି ଯେ, ସ୍ୱଚ୍ଛତା କେବଳ ଗୋଟିଏ ଦିନର କାମ ନୁହେଁ, ଏହା ଆମ ଦୈନନ୍ଦିନ ଜୀବନର ଅଭ୍ୟାସ ହେବା ଉଚିତ। ଏକ ସ୍ୱଚ୍ଛ ପରିବେଶ

ଆମ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖେ ଏବଂ ଯାତ୍ରୀମାନଙ୍କୁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ପ୍ରଦାନ

କରେ।

ଆସନ୍ତୁ, ଆମେ ସମସ୍ତେ ପ୍ରତିଜ୍ଞା କରିବା କି ଆବର୍ଜନାକୁ ଏଣେତେଣେ ଫିଙ୍ଗିବା

ନାହିଁ । ଡଷ୍ଟବିନ୍ ବ୍ୟବହାର କରିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ କରିବା।

ସମସ୍ତେ ମିଶି ଏକ ସ୍ୱଚ୍ଛ ଓ ସୁସ୍ଥ ଓଡ଼ିଶା ଗଢ଼ିବାକୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande