



ବଲାଙ୍ଗିର, 04 ସେପ୍ଟେମ୍ବର (ହି.ସ.)
ଆଜି ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ ଆଶ୍ରମ ରେ ଦିନ ତମାମ ପୂଜା ହୋଇଥିବା ବେଳେ ଶିବାନନ୍ଦ ଭକ୍ତ ଗୁରୂ ଭାଇ ଭଉଣୀ ମାନଙ୍କ ଦ୍ବାରା ଶ୍ରୀକୃଷ୍ଣ ଭଗବାନ ଙ୍କ ଜନ୍ମ ଉତ୍ସବ ପାଳିତ ହୋଇ ଥିଲା। ସକାଳ - 8 ରୁ 8.45 - ଗୁରୁପାଦୁକା ପୂଜା ହୋଇ ଥିଲ।ପୂର୍ବାହ୍ନ 9 ରୁ ରାତ୍ର 9 ପର୍ଯ୍ଯନ୍ତ ଅଖଣ୍ଡ ଦ୍ଵାଦଶାକ୍ଷର ମନ୍ତ୍ର କୀର୍ତ୍ତନ ''ଓଁ ନମୋ ଭଗବତେ ବାସୁଦେବାୟ
ରାତ୍ର 9 ରୁ 10 - ଭାଗବତ ଦଶମ ସ୍କନ୍ଧ ଚତୁର୍ଥ ଅଧ୍ୟାୟ ପାରାୟଣ , ପୁରୁଷସୁକ୍ତ ନାରାୟଣସୁକ୍ତ ମନ୍ତ୍ର ଦ୍ବାରା ଅଭିଷେକ ଓ ଅର୍ଚ୍ଚନା
10 ରୁ 10.30 - ହୋଇ ଥିଲା ନନ୍ଦୋତ୍ସବ ଓ ଝୁଲଣ, ଆରତି,ପୁଷ୍ପାର୍ପଣ
ରାତ୍ର 10.30 ରେ ପ୍ରସାଦ ସେବନ ରେ ସମସ୍ତ ଅନ୍ତୋ ବାସୀ ଯୋଗ ଦେଉଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ