ଭଦ୍ରକ - ବାଲଗୋପାଲ, ଲୋକନାଥ ଓ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ପାଳିତ
ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଭଦ୍ରକରେ ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଶେଷକରି ଭଦ୍ରକର ବାଲଗୋପାଲ ମନ୍ଦିରରେ ଏହି ଉତ୍ସବ ଭଜନ ଓ କୀର୍ତନ ମଧ୍ୟରେ ସମାହିତ ହୋଇଛି। ସହରର କେନ୍ଦ୍ରସ୍ଥଳ ବାଲଗୋପାଳ ମନ୍ଦିରରେ ସକାଳ ଧୂପ ଓ ଦର୍ଶନ ଆଳତି ପରେ ମଧ୍ୟାହ୍ନ
BALGOPAL, LOKANAATH & DAKHINESWAR KALI TEMPLE RE JANMASTAMI


ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଭଦ୍ରକରେ ବିଭିନ୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ବିଶେଷକରି ଭଦ୍ରକର ବାଲଗୋପାଲ ମନ୍ଦିରରେ ଏହି ଉତ୍ସବ ଭଜନ ଓ କୀର୍ତନ ମଧ୍ୟରେ ସମାହିତ ହୋଇଛି। ସହରର କେନ୍ଦ୍ରସ୍ଥଳ ବାଲଗୋପାଳ ମନ୍ଦିରରେ ସକାଳ ଧୂପ ଓ ଦର୍ଶନ ଆଳତି ପରେ ମଧ୍ୟାହ୍ନ ଆଳତି ସଂପନ୍ନ ହୋଇଥିଲା। ମୁଖ୍ୟ ପୁରୋଧା ଓ ପରିଚାଳକ ଚିନ୍ମୟୀ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜକ ଉପେନ୍ଦ୍ର ପତି ପୂଜାର୍ଚ୍ଚନା କରିଥିଲେ। ବିଶେଷକରି ସନ୍ଧ୍ୟା ଆଳତୀ ଓ ଛପନ ଭୋଗ ପରେ ବାଲଗୋପାଲଙ୍କୁ ଝୁଲଣରେ ଝୁଲାଯାଇଥିଲା। ଏ ପବିତ୍ର ପୀଠରେ ରାଧା-କୃଷ୍ଣଙ୍କ ପ୍ରତିମାଗୁଡିକୁ ଆକର୍ଷଣୀୟ ଢ଼ଙ୍ଗରେ ସଜ୍ଜାଯାଇ ଝୁଣରେ ଶ୍ରଦ୍ଧାଳୁ ଭକ୍ତମାନେ ଦୋଳାଇଥିଲେ। ଅନୁରୂପ ସହହର ଲୋକନାଥ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ବିଜୟ କୁମାର ପାଣି, ଅଜୟ କୁମାର ପାଣି, ସଂଜୟ କୁମାର ପାଣି, ତ୍ରିନାଥ କର, ଗୌରାଙ୍ଗ କର ଓ ହରିହର ଶୁକ୍ଳଙ୍କ ପରିଚାଳନା ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହିପରି ଭଦ୍ରକ ସହରର ମଠସାହି ନୂଆବସ୍ଷ୍ଟାଣ୍ଡ ନିକଟସ୍ଥ ମା’ ଆଦ୍ୟାଶକ୍ତି ଦକ୍ଷିଣ କାଳୀଙ୍କ ମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ମୁଖ୍ୟ ପୁରୋଧା ସତ୍ୟ ଦାସଙ୍କ ସଂଚାଳନାରେ ଏହି ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ପ୍ରତିଯୋଗିତାରେ ଶେଷ ହୋଇଛି। ମା’ ଙ୍କ ମନ୍ଦିରରେ ସକାଳ ପୂଜା ସହ ଭଗବାନ କୃଷ୍ଣଙ୍କ ପୂଚାର୍ଚ୍ଚନା କରାଯାଇ ସୁସଜ୍ଜିତ ଝୁଲଣାରେ ସଜ୍ଜିତ କରାଯାଇଥିଲା। ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ଆନନ୍ଦରେ ଝୁଲାଇଥିଲେ। ଆଜି ବାଲଗୋପାଲ ଓ ମା’ ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ବହୁତ ଭିଡ ପରିଲକ୍ଷିତ ହୋଇଥିବାବେଳେ ସହର ଚଳଚଂଚଳ ହୋଇପଡିଥିଲା। ଏହି ଉତ୍ସବରେ ସହରାଂଚଳ ସମେତ ଗ୍ରାମାଂଚଳର ବହୁ ପୁରୁଷ ଓ ମହିଳା ଭକ୍ତ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ନିଜ ନିଜର ଭକ୍ତିଅର୍ଘ୍ୟ ବାଢିଥିଲେ। ଶେଷରେ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରାଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande