
କେନ୍ଦ୍ରାପଡ଼ା, ୦୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ପୌରାଂଚଳ ଅଧିନ ମାଧପୁର ଗ୍ରାମ ନିବାସୀ ଆଇନଜୀବି ନୃସିଂହ ଚରଣ ରାଉତ ଓ ମିନତୀ ନାୟକଙ୍କ କନ୍ୟା ମନିଷା ମନସ୍ମିତା ରାଉତ ଫେସନ ଟେକ୍ନୋଲୋଜିରେ ୨୦୨୬ ସମାବର୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସ୍ୱର୍ଣ୍ଣ ପଦକ, ପୁଷ୍ପଗୁଚ୍ଛ, ଉତରୀୟ ଓ ମାନପତ୍ର ଲାଭ କରି ଗୈାରବାନିତ୍ୱ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀ ସ୍ଥିତି ଯଶୋଭୂମି କନଭେନସନ ସେଂଟର ଠାରେ ସର୍ବ ଭାରତୀୟ ସ୍ତରରେ ୧୮ ଗୋଟି ନ୍ୟାସନାଲ ଇନସିଚ୍ୟୁଟ ଫେସନ ଟେକ୍ନୋଲୋଜିର ୨୦୨୬ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଭୁବନେନଶ୍ୱର ଜୋନର ବିଏଫ୍ ଟେକ୍ ଛାତ୍ରୀ ମନସ୍ମିତା ଏଥିରେ ଟପର ହୋଇଥିବାରୁ ସ୍ୱର୍ଣ୍ଣ ପଦକ ଓ ମାନପତ୍ର ଗ୍ରହଣ କରିଥିଲେ। ଉତ୍ସବରେ ମହାମହିମ ରାଷ୍ଟ୍ର୍ରପତିଙ୍କ ସହ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ, ସଚିବ ଓ ସମସ୍ତ ୧୮ଗୋଟି ଏନ୍ଆଇଏଫ୍ଟିର ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ। ମନସ୍ମିତାଙ୍କ ଏହି କୃତିତ୍ୱରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ଓ ଅଭିନନ୍ଦନ ଜ୍ଞାପନ କାରଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି