
କେନ୍ଦ୍ରାପଡ଼ା, ୦୪ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୋର ଗ୍ରା.ପର ଉପାଇପୁରପଡ଼ା ମୌଜାର ଗତକାଲି ରାତ୍ରି ୧୦ଘଟିକା ସମୟରେ ବିଶିଷ୍ଟ ଜୋତିର୍ବିଦ୍ ଶ୍ରୀ କଳାକାର ନାୟକଙ୍କର ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା, ମୁଖଶଯ୍ୟା ନିକଟରେ ତାଙ୍କର ସ୍ତ୍ରୀ ରେଣୁବାଳା ନାୟକ,ବଡ଼ପୁଅ ସତ୍ୟବାନ ନାୟକ, ସାନ ପୁଅ ବାବାଜୀ ନାୟକ ଉପସ୍ଥିତ ଥିଲେ ତାଙ୍କ ମୃତ୍ୟୁ ଖବର ପାଇ କୋର ଗ୍ରା:ପରେ ଶୋକରଛାୟା ଖେଳିଯାଇଛି ଜ୍ଝ ତାଙ୍କର ଶେଷଦର୍ଶନ ପାଇଁ କୋର ଗ୍ରାମ ପୂର୍ବତନ ସରପଂଚ ଭରତ ଚନ୍ଦ୍ର ଦାସ, ଅକ୍ଷୟ ପାତ୍ର, ସମିତିସଭ୍ୟ ଜିତେନ୍ଦ୍ର ରାଉତ, ସମାଜ ସେବୀ ନିରାକାର ବିଶ୍ୱାଳ, ଜଗନ୍ନାଥ ପଣ୍ଡା,ଗଣେଶ ରାଉତ ତଥା ପଂଚାୟତର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମରଶରୀରକୁ ଶେଷ ଦର୍ଶନ କରିଥିଲେ। ତାଙ୍କ ବଡ଼ପୁଅ ମୁଖାଅଗ୍ନି ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି