ସିଏମ୍ କିଷାନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭୩ ହଜାର ୬୬୯ ଜଣ କୃଷକ ଉପକୃତ
ସିଏମ୍ କିଷାନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭୩ ହଜାର ୬୬୯ ଜଣ କୃଷକ ଉପକୃତ
ସିଏମ୍ କିଷାନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭୩ ହଜାର ୬୬୯ ଜଣ କୃଷକ ଉପକୃତ


ସିଏମ୍ କିଷାନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭୩ ହଜାର ୬୬୯ ଜଣ କୃଷକ ଉପକୃତ


ସିଏମ୍ କିଷାନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭୩ ହଜାର ୬୬୯ ଜଣ କୃଷକ ଉପକୃତ


ସିଏମ୍ କିଷାନ ଯୋଜନାରେ ସମ୍ବଲପୁର ଜିଲ୍ଲାର ୭୩ ହଜାର ୬୬୯ ଜଣ କୃଷକ ଉପକୃତ


ସମ୍ବଲପୁର, ୦୪, ସେପ୍ଟେମ୍ବର (ହି.ସ.) ଓଡ଼ିଶା ସରକାରଙ୍କ ପ୍ରମୁଖ କୃଷକ କଲ୍ୟାଣ ଯୋଜନା ‘ସିଏମ୍ କିଷାନ’ ମାଧ୍ୟମରେ ରାଜ୍ୟର କୃଷକମାନଙ୍କୁ କୃଷି କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ବର୍ଷକୁ ମୋଟ ୪ ହଜାର ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯାଉଛି।

ଏହାସହିତ ବିହନ, ସାର, କୀଟନାଶକ, ଗୁଣାତ୍ମକ ଫସଲ ଓ ଅନ୍ୟାନ୍ୟ କୃଷି ନିବେଶ ପାଇଁ ସହାୟତା ଯୋଗାଇ ଦିଆଯାଉଛି। ଜମିହୀନ କୃଷି ପରିବାରଙ୍କୁ ମଧ୍ୟ ଏକକାଳୀନ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି। ସମସ୍ତ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସହାୟତା ରାଶି ପ୍ରଦାନ କରାଯାଉଛି।

ସମ୍ବଲପୁର ଜିଲ୍ଲାରେ ୭୩ ହଜାର ୬୬୯ ଜଣ କ୍ଷୁଦ୍ର ଓ ନାମମାତ୍ର କୃଷକ ଏବଂ ୨୪୮ ଜଣ ଜମିହୀନ କୃଷି ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଇ- କେଓ୍ବାଇସି ଜମିଜମା ବିବରଣୀ, ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ସଂଯୋଜନ ଭଳି ଆବଶ୍ୟକତା ପୂରଣ କରିଥିବା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯିବ।

ଏହି କ୍ରମରେ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ପାଇଁ ପ୍ରାୟ ୧୪. ୭୩ କୋଟି ଟଙ୍କା ଏବଂ ଜମିହୀନ କୃଷି ପରିବାରଙ୍କ ପାଇଁ ପ୍ରାୟ ୧୦. ୧୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ରହିଛି। ଏହି ପଦକ୍ଷେପ ଚାଷୀଙ୍କ ଆର୍ଥିକ ସ୍ୱାବଲମ୍ବନ ବୃଦ୍ଧି ସହ କୃଷି କ୍ଷେତ୍ରରେ ସ୍ଥିରତା ଆଣିବାରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମଧ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଲୋକପ୍ରତିନିଧି ମିତ୍ରଭାନୁ ପ୍ରଧାନଙ୍କ ସମେତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟବାନ ସୋରେନ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଗୋବିନ୍ଦ ପଣ୍ଡା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପୁଲିନ ମହାନ୍ତି, କୁଚିଣ୍ଡା ଅତିରିକ୍ତ କୃଷି ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ , ଅନ୍ୟ ବିଭାଗୀୟ ଅଧିକାରୀ, ଚାଷୀ ଭାଇ ବୃନ୍ଦ ଓ ଜନସାଧାରଣ ପ୍ରମୁଖ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande