ଶ୍ରୀ ବଳଦେବଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ପର୍ବ ପାଳନ
କେନ୍ଦ୍ରାପଡ଼ା, ୦୪ ସେପ୍ଟେମ୍ବର(ହି.ସ.) – ବଳଦେବଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଆଜି ବଳଦେବଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ନୀତି ମହାଆଡ଼ମ୍ବରରେ ପାଳିତ ହୋଇଛି ରାତ୍ର ଧୂପ ସମ୍ପନ୍ନ ପରେ ରତ୍ନ ସିଂହାସନରୁ ପୂଜାପଣ୍ଡା ସେବାୟତ ଦ୍ୱାରା ଭୋଗ ମଣ୍ଡପକୁ ଆଣ୍ଠୁଆ ଗୋପାଳ ବିଜେ କରିଥିଲେ ପୁରାଣ ପଣ୍ଡାଙ୍କ ଦ୍ୱାରା
ଶ୍ରୀ ବଳଦେବଜୀଉ ମନ୍ଦିର ରେ ଜନ୍ମାଷ୍ଟମୀ ପର୍ବ ପାଳନ


କେନ୍ଦ୍ରାପଡ଼ା, ୦୪ ସେପ୍ଟେମ୍ବର(ହି.ସ.) – ବଳଦେବଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ଆଜି ବଳଦେବଜୀଉ ମନ୍ଦିରରେ ଜନ୍ମାଷ୍ଟମୀ ନୀତି ମହାଆଡ଼ମ୍ବରରେ ପାଳିତ ହୋଇଛି ରାତ୍ର ଧୂପ ସମ୍ପନ୍ନ ପରେ ରତ୍ନ ସିଂହାସନରୁ ପୂଜାପଣ୍ଡା ସେବାୟତ ଦ୍ୱାରା ଭୋଗ ମଣ୍ଡପକୁ ଆଣ୍ଠୁଆ ଗୋପାଳ ବିଜେ କରିଥିଲେ ପୁରାଣ ପଣ୍ଡାଙ୍କ ଦ୍ୱାରା ପୁରାଣ ପାଠ ପରେ ରାଜ ପୁରୋହିତଙ୍କ ଦ୍ୱାରା ଖଟୁଲି ଚତୃପାଶ୍ୱର୍ ମୂର୍ଜ କରାଯାଇ ଜନ୍ମ ନୀତି ଆରମ୍ଭ ହୋଇଥିଲା ବଡ଼ ସାଇତି ସେବକଙ୍କ ଦ୍ୱାରା ପିଷ୍ଟକରୁ ନାଭି ପ୍ରସ୍ତୁତ ହୋଇ ଶ୍ରୀ ଗୋପାଳଙ୍କୁ ସ୍ପର୍ଶ କରାଇ ସ୍ନାନ ମଙ୍ଗଳାର୍ପଣ ଘିଅ ପାନ ସ୍ପର୍ଶ ହୋଇ ମାଖନ୍ କ୍ଷୀର ମିଠାଇ ଭୋଗ ଲାଗି ହୋଇଥିଲା ହଜାର ହଜାର ଭକ୍ତ ଓ ଉପାସନାମାନେ ପବିତ୍ର ଓଷାରେ ସାମିଲ ହୋଇ ପାଦୁକ ଭୋଗ ସେବନ ପରେ ଓଷା ସମ୍ପନ୍ନ କରିଥିଲେ ବିଜେ ଗୋପାଳଙ୍କୁ ଭୋଗ ମଣ୍ଡପରେ ଝୁଲାଣିରେ ବିଜେ କରିଥିଲେ ଆସନ୍ତା କାଲି ବିଜେ ଗୋପାଳଙ୍କ ଯମୁନା ସ୍ନାନ ନୀତି କରାଯିବ ବୋଲି ମନ୍ଦିର ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande