ସାକ୍ଷୀଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ
ସାକ୍ଷିଗୋପାଳ, ୪ ସେପ୍ଟେମ୍ବର (ହି.ସ.)- ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷିଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଛି । ଏହି ଅବସରରେ ସାକ୍ଷୀଗୋପୀନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସ
ସାଂସ୍କୃତିକ କାର୍ଯ୍ୟକ୍ରମ


ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ


ସାକ୍ଷୀଗୋପୀନାଥ ମନ୍ଦିରରେ ଜନ୍ମାଷ୍ଟମୀ


ସାକ୍ଷିଗୋପାଳ, ୪ ସେପ୍ଟେମ୍ବର (ହି.ସ.)- ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ସାକ୍ଷିଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଛି । ଏହି ଅବସରରେ ସାକ୍ଷୀଗୋପୀନାଥଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତ ମାନେ ସିଂହଦ୍ୱାର ଦେଇ ମନ୍ଦିରକୁ ଯାଇ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କୁ ଦର୍ଶନ କରୁଛନ୍ତି । ବେଢା ପରିକ୍ରମା ଏବଂ ମନ୍ଦର ବେଢାରେ ଥିବା ଅନ୍ୟ ଦେବା ଦେବୀଙ୍କ ଦର୍ଶନ କରି ପ୍ରସ୍ଥାନ କରୁଛନ୍ତି ।

ଆଜିର ଏହି ବିଶେଷ ତିଥିରେ ସାକ୍ଷୀଗୋପୀନାଥଙ୍କ ନିକଟରେ କୋରା ଭୋଗ ଲାଗି କରାଯିବାର ପରମ୍ପରା ରହିଛି । ଏହି କୋରା ମୁଖ୍ୟତଃ ରାଶି, ଗୁଡ଼, ନଡ଼ିଆ, କର୍ପୁର, ଅଳେଇଚ, ଗୋଲମରିଚ ଆଦିରେ ପ୍ରସ୍ତୁତି ହୋଇଥାଏ ।

ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଯାୟୀ, ଭୋର୍ ରୁ ଦ୍ୱାରଫିଟା, ପରେ ପରେ ମଙ୍ଗଳ ଆଳତୀ, ମର୍ଦ୍ଦନ, ଅବକାଶ ଓ ବେଶ ଅନୁଷ୍ଠିତ ହୋଇଥିଲା । ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ପରେ ରାତ୍ରରେ ବଡସିଂହାର ସମ୍ପନ୍ନ ହୋଇଛି । ସେବାୟତ ମାନେ ସେବା ପୂଜା ଜାରୀ ରଖିଛନ୍ତି । ସକାଳ ଧୂପ ପୂର୍ବରୁ ରାଜବେଶ ଅନୁଷ୍ଠିତ ହୋଇଛି । ସଂନ୍ଧ୍ୟା ଧୂପ ପରେ ବେଶ ଅନୁଷ୍ଠିତ ହୋଇଛି । ଏହାପରେ ବଡ଼ ସିଂହାର ବେଶ ଏବଂ ବିଳମ୍ବିତ ରାତ୍ରରେ ତଥା ନିଶାର୍ଦ୍ଧରେ ଶ୍ରୀକୃଷ୍ଣଙ୍କ ଜନ୍ମବିଧି ଅନୁଷ୍ଠିତ ହୋଇଛି । ଠାକୁରଙ୍କ ନିକଟରେ କୋରା ଭୋଗ ଲାଗି ହୋଇଛି । ସେବାୟତ ମାନେ ସୂଚାରୁ ରୂପେ ସମସ୍ତ ନୀତିକାନ୍ତି ସମାପନ କରିଛନ୍ତି ।

ଏହି ଅବସରରେ ମନ୍ଦିର ସମ୍ମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି । ବ୍ରାହ୍ମଣ ମାନେ ମନ୍ତ୍ର ଉଚ୍ଚାରଣ ପୂର୍ବକ ଅଗ୍ନିରେ ଘୃତ ଢ଼ାଳି ଆହୁତି ଦେଉଛନ୍ତି । ଜନ୍ମାଷ୍ଟମୀ ଅବସରରେ ମନ୍ଦିର ସମ୍ମୁଖରେ ଭଜନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande