
Bhubaneswar, 04 ସେପ୍ଟେମ୍ବର (ହି.ସ.)
ଜୟପୁର, ଅନାଥ ଓ ଦୁବ୍ୟାଙ୍ଗ ଶିଶୁ ଙ୍କୁ ଫିଲିମ ଦେଖାଇବା ସହ ବିରିୟାନୀ ଖାଇବାକୁ ଦେଲେ ଶିଳ୍ପପତି ସୁବାସ ରାଉତ l ଦିବ୍ୟାଙ୍ଗ ଓ ଅନାଥ ଅଭିଭାବକ ଙ୍କ ଭଳି ପ୍ରାୟ 60 ଜଣ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ lଜୟପୁରର ଶିଳ୍ପପତି ବିଶିଷ୍ଟ ଉଦ୍ୟୋଗୀ, ସମାଜସେବୀ ତଥା ପୂର୍ବତନ ରଣଜୀ କ୍ରିକେଟର ସୁବାସ ରାଉତ ଏପରି ମାନବିକତା ଦେଖାଇ ଥିବାରୁ ଚାରିପଟୁ ଶୁଭେଚ୍ଛା ର ସୁଅ ଛୁଟିଛି । ସମାଜର ଅବହେଳିତ, ଦିବ୍ୟାଙ୍ଗ ଓ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଏସ୍ଆର୍ ମଲ୍ରେ ଆତିଥ୍ୟ ଦେଇ ସେମାନଙ୍କ ସହ ଏକ ଖୁସିର ମହଲ ବିତାଇଛନ୍ତି। ଏହି ଅବସରରେ ବହୁ ସଂଖ୍ୟକ ଦିବ୍ୟାଙ୍ଗ ଶିଶୁଙ୍କ ସହ ସେମାନଙ୍କ ଅଭିଭାବକ ଓ ସହାୟକମାନଙ୍କୁ ଏସ୍ଆର୍ ମଲ୍କୁ ଅଣାଯାଇଥିଲା। ମଲ୍ ପକ୍ଷରୁ ସେମାନଙ୍କୁ ଆତ୍ମୀୟତାର ସହ ସ୍ୱାଗତ କରାଯାଇ ମଲ୍ର ମଲ୍ଟିପ୍ଲେକ୍ସରେ ସମସ୍ତଙ୍କ ପାଇଁ ମାଗଣାରେ ସିନେମା ଦେଖିବାର ବ୍ୟବସ୍ଥା ହୋଇଥିଲା। ବଡ଼ ପରଦାରେ ସିନେମା ଦେଖିଥିଲେ ଶିଶୁ । ସିନେମା ପ୍ରଦର୍ଶନ ପରେ ସମସ୍ତଙ୍କ ପାଇଁ ମଲ ର ଫୁଡ୍ କୋର୍ଟରେ ସ୍ୱାଦିଷ୍ଟ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସହାୟକ ଅନୁଷ୍ଠାନ ଓ ଶିଶୁମାନଙ୍କ ପକ୍ଷରୁ ରାଉତଙ୍କୁ କୃତଜ୍ଞତା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏ ସମ୍ପର୍କରେ ଶ୍ରୀ ରାଉତ କହିଥିଲେ, ଏହି ନିଷ୍ପାପ ପିଲାମାନଙ୍କ ମନରେ କୌଣସି କପଟତା ନାହିଁ। ସେମାନଙ୍କ ମୁହଁରେ ଟିକିଏ ହସ ଫୁଟାଇ ପାରିଲେ ତାହା ହିଁ ଜୀବନର ସବୁଠାରୁ ବଡ଼ କଥା ବୋଲି ଗଣ ମଧ୍ୟ୍ୟମ କୁ ସୂଚନା ଦେଇଛନ୍ତି । ବୈପାରୀଗୁଡା ଓ କୋରାପୁଟ ର ଦିବ୍ୟାଙ୍ଗ ଓ ଅସହାୟ ମାନେ ଯୋଗ ଦେଇ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ପିକେପି