
ଗଂଜାମ, 06 ସେପ୍ଟେମ୍ବର (ହି.ସ.) ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜନ ଆରୋଗ୍ୟ କେନ୍ଦ୍ର ଉପରେ ପ୍ରାୟ ୨୦ଖଣ୍ଡ ଗ୍ରାମର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ଏହି କେନ୍ଦ୍ରକୁ ପୂର୍ବରୁ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଜିଲ୍ଲା ଔଷଧ ଭଣ୍ଡାରରୁ ଯୋଗାଣ ହେଉଥିଲା। କିନ୍ତୁ କିଛି ମାସ ହେଲା ଏଵ୍ଯଵସ୍ଥା ବନ୍ଦ ହୋଇ ଶେରଗଡ଼ ସିହେଚସିରୁ ପିତଳକୁ ଔଷଧ ଯୋଗାଇ ଦିଆଯାଇଛି। ଫଳରେ ଖୁଵକମ ପରିମାଣ ଔଷଧ ଆସୁଛି ଓ ଆବଶ୍ୟକ ମୁତାବକ ଔଷଧ ଆସୁନାହିଁ। ଫଳରେ ରୋଗୀ ମାନେ ଡାକ୍ତର ଲେଖୁଥିବା ଔଷଧ ଡାକ୍ତରଖାନାରୁ ପାଉନାହାନ୍ତି। ଏଣୁ ଗଞ୍ଜାମ ସିଡିଏମଓ ଘଟଣାର ଅନୁଧ୍ୟାନ କରି ପୂର୍ବ ଭଳି ଜିଲ୍ଲା ଔଷଧ ଭଣ୍ଡାରରୁ ପିତଳ ଡାକ୍ତର ଖାନାକୁ ଔଷଧ ଯୋଗାଣ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ