ଜାତୀୟସ୍ତରରେ ସ୍ୱଚ୍ଛ ବାୟୁ ପାଇଁ ବିଏମ୍ ସି ହେଲା ଏକ ନମ୍ବର
ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)ଜାତୀୟସ୍ତରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ହେଲା ଏକ ନମ୍ବର । ସ୍ୱଚ୍ଛ ବାୟୁ କ୍ଷେତ୍ରରେ ଦେଶର ଅନ୍ୟାନ୍ୟ ସହରକୁ ପଛରେ ପକାଇ ଦେଶର ଏକ ନମ୍ବର ସହର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭୁବନେଶ୍ୱର ମହାନଗର ନିଗମ। ଆଜି ନୂଆଦିଲ୍ଲୀଠାରେ କେ
ଜାତୀୟସ୍ତରରେ ସ୍ୱଚ୍ଛ ବାୟୁ ପାଇଁ ବିଏମ୍ ସି ହେଲା ଏକ ନମ୍ବର


ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)ଜାତୀୟସ୍ତରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ହେଲା ଏକ ନମ୍ବର । ସ୍ୱଚ୍ଛ ବାୟୁ କ୍ଷେତ୍ରରେ ଦେଶର ଅନ୍ୟାନ୍ୟ ସହରକୁ ପଛରେ ପକାଇ ଦେଶର ଏକ ନମ୍ବର ସହର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭୁବନେଶ୍ୱର ମହାନଗର ନିଗମ।

ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱଚ୍ଛ ବାୟୁ ଦିବସ 2026 ଅବସରରେ ଏନ୍.ଜି.ଟି. ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବଙ୍କଠାରୁ ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ପୁରସ୍କାର ଗ୍ରହଣ କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି । ଏହି ଅବସରରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବି.ଏମ୍.ସି. କମିଶନର ଶ୍ରୀ ଚଞ୍ଚଳ ରାଣା, ଷ୍ଟାଣ୍ଡିଂ କମିଟି ଚେୟାରପର୍ସନ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ବିଏମ୍ ସିର ବିରିଷ୍ଠ ଅଧିକାରୀ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ୱାର୍ଡ ସ୍ତରୀୟ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଭୁବନେଶ୍ୱର ଦେଖାଇଛି ଉଲ୍ଲେଖନୀୟ ସଫଳତା। ବର୍ଗ-2 ସହରଗୁଡିକ ମଧ୍ୟରେ ଓ୍ୱାର୍ଡ ନଂ-30 ଓ 36 ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ବିଏମ୍ ସିର ପରିବେଶ ସୁରକ୍ଷା ପ୍ରତି ଦୃଢ ପ୍ରଦିବଦ୍ଧତାକୁ ପ୍ରମାଣିତ କରିଛି । ସେହିପରି ୱାର୍ଡ ନଂ. 22 ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଆମ ସଫଳତାରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିଦେଇଛି।

ଏହି ଉପଲବ୍ଧି ଗୋଟିଏ ଦିନ ପ୍ରୟାସର ସୁଫଳ ନୁହେଁ। ଧୂଳି ନିୟନ୍ତ୍ରଣ, ବୃକ୍ଷରୋପଣ ଓ ସବୁଜ ଆଚ୍ଛାଦନ ବୃଦ୍ଧି, ଯାନବାହନ ନିର୍ଗମନ ନିୟନ୍ତ୍ରଣ, ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟ ପରିଚାଳନା, ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟର ସଠିକ୍ ପରିଚାଳନା ଏବଂ ସ୍ୱଚ୍ଛତାକୁ ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ଏହା ଏକ ସମ୍ମିଳିତ ପରିଣାମ ବୋଲି କୁହାଯାଇଛି ।

ଏହି ସଫଳତାର ପ୍ରକୃତ ଶ୍ରେୟ ଭୁବନେଶ୍ୱରବାସୀଙ୍କୁ ଯାଉଛି । ନିଜ ସହରକୁ ସ୍ୱଚ୍ଛ ରଖିବା, ସବୁଜିମା ବଢ଼ାଇବା, ବର୍ଜ୍ୟକୁ ଠିକ୍ ଭାବରେ ପରିଚାଳନା କରିବା ଏବଂ ପରିବେଶ ସୁରକ୍ଷାରେ ନିଜ ଭୂମିକା ତୁଲାଇବାରେ ନାଗରିକମାନଙ୍କ ସହଯୋଗ ହିଁ ଏହି ଉପଲବ୍ଧିକୁ ପ୍ରକୃତ ଅର୍ଥରେ ସାର୍ଥକ କରିଛି।

ସ୍ୱଚ୍ଛ ବାୟୁ, ସୁସ୍ଥ ପରିବେଶ ଏବଂ ଏକ ସବୁଜ ଓ ସୁନ୍ଦର ଭୁବନେଶ୍ୱର ଗଢ଼ିବା ଦିଗରେ ଆମର ନିରନ୍ତର ପ୍ରୟାସ ଆଜି ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ୱୀକୃତି ହାସଲ କରିଛି। ଏହା କେବଳ ଏକ ପୁରସ୍କାର ନୁହେଁ, ବରଂ ଭୁବନେଶ୍ୱରବାସୀଙ୍କ ସାମୂହିକ ପ୍ରୟାସ, ସହଯୋଗ ଓ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଗୌରବମୟ ପ୍ରତିଫଳନ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ । ସ୍ୱଚ୍ଛ ବାୟୁ ଆମର ଅଧିକାର, ପରିବେଶ ସୁରକ୍ଷା ଆମର ଦାୟିତ୍ୱ। ଏକ ସ୍ୱଚ୍ଛ, ସବୁଜ, ସୁସ୍ଥ ଓ ଗର୍ବିତ ଭୁବନେଶ୍ୱର ଗଠନ ଦିଗରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି ।

ପୁରସ୍କାର ପାଇବା ଅବସରରେ ବିଏମ୍ ସି କମିଶନର କହିଛନ୍ତି ଯେ, ଆଜିର ଏହି ସମ୍ମାନ ଆମକୁ ଖୁସି ଦେବା ସହିତ ଆହୁରି ବଡ଼ ଦାୟିତ୍ୱ ମଧ୍ୟ ଦେଇଛି। ଆଗାମୀ ଦିନରେ ଭୁବନେଶ୍ୱରକୁ ଆହୁରି ସ୍ୱଚ୍ଛ, ସବୁଜ, ସୁସ୍ଥ ଓ ପରିବେଶ ଅନୁକୂଳ ସହରରେ ପରିଣତ କରିବା ପାଇଁ ଆମର ପ୍ରୟାସ ଆହୁରି ସୁଦୃଢ଼ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande