ଜିଲ୍ଲାର ଯୋଗ୍ୟ ଯୁବକମାନଙ୍କୁ ବିକଶିତ ଭାରତ କୁଇଜ୍ରେ ଅଧିକରୁ ଅଧିକ ସଂଖ୍ୟାରେ ଅଂଶଗ୍ରହଣ ପାଇଁ ସୁଯୋଗ
କେନ୍ଦୁଝର, ୦୭ ସେପ୍ଟେମ୍ବର(ହି.ସ.) – ଦେଶର ଯୁବପିଢିଙ୍କ ମଧ୍ୟରେ ସୃଜନଶିଳତା ଓ ଦେଶ ଗଠନ ପ୍ରତି ଦାୟିତ୍ୱ ବୋଧକୁ ଉତ୍ସାହିତ କରିବା ଉଦ୍ୟେଶରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ ୨୦୨୭ ଆୟୋଜିତ ହେବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ମାଇଁ ଭାରତ ଏହି କାର୍ଯ୍ୟକ୍ରମର ସଂସ୍ଥା
Youth


କେନ୍ଦୁଝର, ୦୭ ସେପ୍ଟେମ୍ବର(ହି.ସ.) – ଦେଶର ଯୁବପିଢିଙ୍କ ମଧ୍ୟରେ ସୃଜନଶିଳତା ଓ ଦେଶ ଗଠନ ପ୍ରତି ଦାୟିତ୍ୱ ବୋଧକୁ ଉତ୍ସାହିତ କରିବା ଉଦ୍ୟେଶରେ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ ୨୦୨୭ ଆୟୋଜିତ ହେବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନରେ ମାଇଁ ଭାରତ ଏହି କାର୍ଯ୍ୟକ୍ରମର ସଂସ୍ଥା ଭାବେ କାର୍ଯ୍ୟ କରୁଛି। ବିକଶିତ ଭାରତ ଚ୍ୟାଲେଞ୍ଜ ଟ୍ରାକର ପ୍ରଥମ ପର୍ଯ୍ୟାୟ ଭାବେ ବିକଶିତ ଭାରତ କୁଇଜ ଆୟୋଜିତ ହେବ। ଏହା ଏକ ଜାତୀୟ ସ୍ତରର ଅନଲାଇନ କୁଇଜ, ଯାହା ମାଇଁ ଭାରତ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ଭାଷାରେ ଆୟୋଜିତ ହେବ। ଯୋଗ୍ୟ ଯୁବକମାନେ ଏଥିରେ ଅଂଶଗ୍ରହଣ କରି ପରବର୍ତୀ ପର୍ଯ୍ୟାୟକୁ ଯିବେ। ବର୍ତମାନ ବିକଶିତ ଭାରତ କୁଇଜ ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ, ଏ ନେଇ ଆଜି କେନ୍ଦୁଝର ନେହେରୁ ଯୁବ କେନ୍ଦ୍ର ଠାରେ ଏକ ପ୍ରେସ୍ ମିଟ୍ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande