
ଜୟପୁର, ୭ ସେପ୍ଟେମ୍ବର (ହି.ସ.)- ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲୀ ସ୍ଥିତ କୋରାପୁଟ ସରକାରି ପଲିଟେକ୍ନିକ୍ ଓ ଫେଡରେସନ ଅଫ ବ୍ଲଡ ଡୋନର ଅର୍ଗାନାଇଜେସନ୍ ଅଫ ଓଡ଼ିଶା (ଏଫ ବି ଡି ଓ ଓ) ତରଫରୁ କୋରାପୁଟ୍ ସରକାରୀ ପଲିଟେକ୍ନିକ୍ ଅଡିଟୋରିଅମରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ଓଡିଶା ବ୍ଲଡ଼ ବ୍ୟାଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟର ବୁଲୁ ଗୌଡ଼ ଓ ତାଙ୍କ ଟିମ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। କୋରାପୁଟ ସରକାରି ପଲିଟେକ୍ନିକ୍ ର ଫିରୋଜ କୁମାର ବେହେରା, ପି ଜଗଦୀଶ ଆଚlର୍ଯ୍ୟ, ଓଡିଶା ରକ୍ତଦାତା ମହାସଂଘର ରଜ୍ୟ ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁ ଓ ପଲିଟେକ୍ନିକ୍ରର ଚନ୍ଦ୍ରଶେଖର ଜେନା ଓ ସ୍ୱେଚ୍ଛାସେବୀ ଭାବେ କୁମର ସିଂ କେ ଆନନ୍ଦ ସରାବ, ଶୁଭମ୍ ଦାସ, ଏସ ଇନ୍ଦ୍ରାବତୀ ରେଡ୍ଡୀ ଓ ଜ୍ୟୋତିର୍ମୟୀ ରଥ ଶିବିର ପରିଚାଳନା କରିଥିଲେ।
ଉକ୍ତ ଶିବିରରୁ ସର୍ବମୋଟ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମୁଖ୍ୟ ଅତିଥି ବକ୍ତା ଡଃ. ସାହୁ ସାଂପ୍ରତିକ ପରିସ୍ଥିତିରେ କିପରି ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ମୂଲ୍ୟ ଜୀବନ ଚାଲି ଯାଇଥlଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ଏହି ରକ୍ତଦାନ ଶିବିର ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ । ଏଥିରେ ବହୁ ସଂଖ୍ଯାରେ ଛାତ୍ର ଛାତ୍ରୀ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ। ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା। ପରିଶେଷରେ ରକ୍ତ କେନ୍ଦ୍ର ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି