
ପୁରୀ, ୭ ସେପ୍ଟେମ୍ବର (ହି.ସ.)- ଆଜି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଅଧ୍ୟକ୍ଷତା କରିଥିଲେ। ଏହି ଶୁଣାଣିରେ ମୋଟ ୧୧୭ ଗୋଟି ଅଭିଯୋଗ ପତ୍ର ମିଳିଥିଲା। ସେଥିରୁ ବ୍ୟକ୍ତିଗତ ୧୦୪ ଗୋଟି, ସାମୁହିକ ୧୨ ଗୋଟି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୧ ଗୋଟି ଆବେଦନ ପତ୍ର ମିଳିଥିଲା। ତତକ୍ଷଣାତ ୬ ଗୋଟି ର ସମାଧାନ ହୋଇଥିଲା। ଅନ୍ୟ ଗୁଡିକୁ ଆଇନ ଅନୁସାରେ ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପଠାଯାଇଥିଲା।
ଏହି ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସୁଶାନ୍ତ କୁମାର ପତି, ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସିଡିଏମଓ ଡା. ସୁକାନ୍ତ କୁମାର ରଥ, ଡେପୁଟି କଲେକ୍ଟର ଅନୁଶ୍ରବ ଗନ୍ତାୟତ, ସହକାରୀ ଜିଲ୍ଲାପାଳ ଦିବ୍ୟାଜ୍ୟୋତି ଜେନା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।
ଆସନ୍ତା ୨୧ ତାରିଖରେ ପିପିଲି ବ୍ଲକ ସମ୍ମିଳନୀ ଗୃହରେ ଓ ୨୮ ତାରିଖ ଡେଲାଙ୍ଗ ବ୍ଲକ ସମ୍ମିଳନୀ ଗୃହରେ ପୂର୍ବାହ୍ନ ୧୦ଟା ଠାରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ବିବେକାନନ୍ଦ ସାହୁ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ