ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା: କେନ୍ଦୁଝରର ସ୍ୱର୍ଗତ ସାମ୍ବାଦିକଙ୍କ ନିଷ୍ଠାପର ସେବାକୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ
କେନ୍ଦୁଝର, ୦୭ ସେପ୍ଟେମ୍ବର (ହି.ସ.) - ସମାଜର ଆଖି ଓ କାନ ସାଜି ଜନସାଧାରଣଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଂଚାଉଥିବା ସାମ୍ବାଦିକମାନଙ୍କ ନିଷ୍ଠାପର ସେବାକୁ ଓଡ଼ିଶା ସରକାର ଉଚ୍ଚ ମାନ୍ୟତା ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ମଧ୍ୟରେ କାର୍ଯ୍ୟ କରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସୁଦୃଢ଼ କରୁଥିବା ସାମ
ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା: କେନ୍ଦୁଝରର ସ୍ୱର୍ଗତ ସାମ୍ବାଦିକଙ୍କ ନିଷ୍ଠାପର ସେବାକୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ


କେନ୍ଦୁଝର, ୦୭ ସେପ୍ଟେମ୍ବର (ହି.ସ.) - ସମାଜର ଆଖି ଓ କାନ ସାଜି ଜନସାଧାରଣଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଂଚାଉଥିବା ସାମ୍ବାଦିକମାନଙ୍କ ନିଷ୍ଠାପର ସେବାକୁ ଓଡ଼ିଶା ସରକାର ଉଚ୍ଚ ମାନ୍ୟତା ଦେଇଛନ୍ତି। ପ୍ରତିକୂଳ ପରିସ୍ଥିତି ମଧ୍ୟରେ କାର୍ଯ୍ୟ କରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସୁଦୃଢ଼ କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ରାଜ୍ୟରେ ଏକ ସମର୍ପିତ ବ୍ୟବସ୍ଥା ରହିଆସିଛି। ଏହି କ୍ରମରେ କେନ୍ଦୁଝର ଜିଲ୍ଲାର ଦୁଇ ଦିବଂଗତ ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ (ଏକ୍ସ-ଗ୍ରାସିଆ) ସହାୟତା ରାଶି ପ୍ରଦାନ କରିବା ପାଇଁ ସରକାର ନିଷ୍ପତି ନେଇଛନ୍ତି, ଯାହା ସେମାନଙ୍କ ତ୍ୟାଗ ପ୍ରତି ଏକ ମର୍ଯ୍ୟାଦାଜନକ ସ୍ୱୀକୃତି।

କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ବିଭୂତି ଭୂଷଣ ପଟ୍ଟନାୟକ (୭୧) ଦୀର୍ଘ ବର୍ଷ ଧରି ହିନ୍ଦୁସ୍ଥାନ ସମାଚାର' ମାଧ୍ୟମରେ ନିରପେକ୍ଷ ଖବର ପରିବେଷଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ। ଗତ ୫ ଜୁନ୍ ୨୦୨୫ରେ ତାଙ୍କର ପରଲୋକ ଘଟିଥିବା ବେଳେ ତାଙ୍କର ଏହି ଅତୁଳନୀୟ ବୃତିଗତ ସେବା ପାଇଁ ତାଙ୍କ ଧର୍ମପତ୍ନୀ ଛନ୍ଦା ପଟ୍ଟନାୟକଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି। ସେହିପରି, ଘଟଗାଁ ପଣ୍ଡାପଡାର ସ୍ୱର୍ଗତ ନିରଞ୍ଜନ ମହାନ୍ତ (୪୯) ସମାଜ' ଖବରକାଗଜ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଉତଥାପନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗତ ୧୧ ମଇ ୨୦୨୪ରେ ତାଙ୍କର ଅକାଳ ବିୟୋଗ ପରେ, ପାଠ ପଢୁଥିବା ଦୁଇ ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ତାଙ୍କ ଧର୍ମପତ୍ନୀ ବିଦ୍ୟୁତଲତା ମହାନ୍ତଙ୍କ ପାଇଁ ମଧ୍ୟ ୪ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି।

କୌଣସି ଆର୍ôଥକ ସହାୟତା ପରିବାରର ସଦସ୍ୟଙ୍କ ଅଭାବକୁ ପୂରଣ କରିପାରିବ ନାହିଁ, କିନ୍ତୁ ବିପଦ ସମୟରେ ମିଳୁଥିବା ଏହି ସାହାଯ୍ୟ ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ସହ କଠିନ ପରିସ୍ଥିତିର ସାମ୍ନା କରିବାକୁ ବଳ ଯୋଗାଇବ। ରାଜ୍ୟ ସରକାର ସାମ୍ବାଦିକମାନଙ୍କ କାର୍ଯ୍ୟକାଳ ମଧ୍ୟରେ ମଧ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା' ମାଧ୍ୟମରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରୁଛନ୍ତି। କାର୍ଯ୍ୟରତ ସମୟରେ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ପ୍ରାଣହାନି ପରେ ପରିବାରକୁ ସହଯୋଗର ଏହି ନୀତି ପ୍ରମାଣିତ କରେ ଯେ ସମାଜ ଓ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରୁଥିବା ସାମ୍ବାଦିକମାନଙ୍କ ଅବଦାନକୁ ସରକାର ସଦାସର୍ବଦା ଉଚ୍ଚ ସମ୍ମାନର ସହ ସ୍ମରଣ ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande