ଘଟଗାଁ ବ୍ଲକ ଜନ ଗଣନା ତାଲିମ ଅର୍ଥ ମିଳିବ କେବେ
କେନ୍ଦୁଝର, ୦୭ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁବ୍ଲକରେ ଜନ ଗଣନା ତାଲିମ ଅର୍ଥ କେବେ ମିଳିବ ବୋଲି ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସରକାର ପ୍ରଥମ ପର୍ଯ୍ୟାୟ ଜନ ଗଣନା ୨୦୨୬ମସିହାରେ ଆରମ୍ବଂ କଲେ ଉକ୍ତଜନ ଗଣନା ତାଲିମ କାର୍ଯ୍ୟ ଶିକ୍ଷକ ମାନଙ୍କ ଦ୍ୱାରା କରା ଯିବା
ଘଟଗାଁ ବ୍ଲକ ଜନ ଗଣନା ତାଲିମ ଅର୍ଥ ମିଳିବ କେବେ


କେନ୍ଦୁଝର, ୦୭ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଘଟଗାଁବ୍ଲକରେ ଜନ ଗଣନା ତାଲିମ ଅର୍ଥ କେବେ ମିଳିବ ବୋଲି ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସରକାର ପ୍ରଥମ ପର୍ଯ୍ୟାୟ ଜନ ଗଣନା ୨୦୨୬ମସିହାରେ ଆରମ୍ବଂ କଲେ

ଉକ୍ତଜନ ଗଣନା ତାଲିମ କାର୍ଯ୍ୟ ଶିକ୍ଷକ ମାନଙ୍କ ଦ୍ୱାରା କରା ଯିବା ପାଇଁ ସେମାନଙ୍କୁ ୩ଦିନ ତାଲିମ ଦିଆଗଲା । ଶିକ୍ଷକମାନଙ୍କୁ ତାଲିମ ରାଶି ଦିନକୁ ୪୦୦ଟଙ୍କା ଏବଂ ଜନ ଗଣନା ପାଇଁ ପ୍ରଥମ ପର୍ଯ୍ୟାୟରେ ୯୦୦୦ଟଙ୍କା ଦିଆ କିବାକୁ ତାଲିମ ସମୟରେ ସୂଚନା ଦିଆ ଯାଇଥିଲା । କିନ୍ତୁ ଘଟଗାଁ ବ୍ଲକରେ ଜନ ଗଣନା ପାଇଁ ଗଣନା କାରୀଙ୍କ ପ୍ରାପ୍ୟ ୯୦୦ଟଙ୍କା ଦିଆଗଲା । ତାଲିମ ଅର୍ଥ ୧୨୦୦ଟଙ୍କା ମିଳିବାକୁ ଥିବା ଅଦ୍ୟାବଧି ମିଳି ପାରିନାହିଁ । ଜିଲ୍ଲାର ଅନ୍ୟ ବ୍ଲକରେ ଜନ ଗଣନା ତାଲିମ ଅର୍ଥ ବାବଦକୁ ୧୦୨୦୦ଟଙ୍କା ଲେଖା ମିଳି ଯାଇଛି । ପ୍ରଶାସନର ଆନ୍ତରିକତା ଇଛା ଶକ୍ତି ଅଭାବରୁ ଘଟଗାଁ ବ୍ଲକରେ ଜନ ଗଣନା ତାଲିମ ନେଇ ଥିବା ଶିକ୍ଷକ ମାନଙ୍କ ତାଲିମ ଅର୍ଥ ୧୨୦୦ଟଙ୍କା ମିଳି ପାରୁ ନାହିଁ । ଏଣୁ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଇ ତାଲିମ ଅର୍ଥ ଦେବାକୁ ଅନୁରୋଧ କରା ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande