
କେନ୍ଦୁଝର, ୦୭ ସେପ୍ଟେମ୍ବର(ହି.ସ.) – ଭଉଣୀ ହତ୍ୟାକାରୀ ଭାଇକୁ ଆଜୀବନ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଏକ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶରେ ଦଣ୍ଡିତ କଲେ ଜିଲ୍ଲା ଦୌରା ଜଜ୍। ଏହାସହ ଆର୍ମସ ଆକଟ ଅନୁସାରେ ଅତିରିକ୍ତ ପାଂଚବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଲେ ଦଣ୍ଡିତ କଲେ ଜିଲ୍ଲା ଦୌରା ଜଜ୍।
ପ୍ରକାଶ ଯେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ସୋମଗିରି ଗ୍ରାମର ପ୍ରସନ୍ନ ବାରିକ ତାଙ୍କ ଭଉଣୀକୁ ଘରୋଇ କଳି ନେଇ ନିଜ ଭଉଣୀ ମାଳତୀ ବାରିକକୁ ନିଜ ସର୍ଭିସ ବନ୍ଧୁକରେ ଗୁଳିକରି ହତ୍ୟା କରିଥିଲେ। ଏନେଇ ପଣ୍ଡାପଡ଼ା ଥାନାରେ ୧୪୩/୨୦୨୩ କେସ୍ ନମ୍ବରରେ ଏକ ମାମଲା ରୁଜୁକରି ୩୦୨ ଓ ୨୫ ଆର୍ମସ ଆକଟ ଅନୁସାରେ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍। ୧୪ ଜଣ ସାକ୍ଷୀ ଆଧାରରେ ଏହି ଶୁଣାଣୀ ହୋଇଥିବାବେଳେ ଏହାକୁ ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦାସ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA