
ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.) ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ୮୨୨ ଜଣ ମେଡିକାଲ
ଅଫିସର, ଗ୍ରୁପ୍-ଏ (ଜୁନିଅର ବ୍ରାଞ୍ଚ)ଙ୍କ ପାଇଁ ଅନଲାଇନ୍ ଚଏସ୍ ଲକିଂ
ପ୍ରକ୍ରିୟାର ତାରିଖ ଘୋଷଣା କରାଯାଇଛି । ସେପ୍ଟେମ୍ବର ୮, ୨୦୨୬ ଅପରାହ୍ଣ ୫ଟାରୁ ସେପ୍ଟେମ୍ବର ୧୧,
୨୦୨୬ ପୂର୍ବାହ୍ଣ ୧୦ଟା
ପର୍ଯ୍ୟନ୍ତ ଅନଲାଇନ୍ ଚଏସ୍ ଲକିଂ ପ୍ରକ୍ରିୟା ଚାଲିବ । ଚଏସ୍ ଲକିଂ ସମ୍ପର୍କିତ ଆବଶ୍ୟକ ସୂଚନା
ଓ ଅନଲାଇନ୍ ପ୍ରକ୍ରିୟା ପାଇଁ ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି । ଏ ସମ୍ବନ୍ଧୀୟ
ନିର୍ଦ୍ଦେଶାବଳୀ ସ୍ବାସ୍ଥ୍ୟ ବିଭାଗ ୱେବସାଇଟରେ ଉପଲବ୍ଧ ଅଛି ।
ନିର୍ଦ୍ଧାରିତ
ସମୟସୀମା ମଧ୍ୟରେ ଚଏସ୍ ଲକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ସହ ଦିଆଯାଇଥିବା ସମସ୍ତ
ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରିବାକୁ ସମସ୍ତ ୮୨୨ ଜଣ ନବନିଯୁକ୍ତ ମେଡିକାଲ ଅଫିସରଙ୍କୁ
ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ