ସ୍ଵାତୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ପୋଷଣ ସପ୍ତାହ ପାଳିତ
National Nutrition Weak observation by Swati
ଫୋଟ


କନ୍ଧମାଳ, ୭ ସେପ୍ଟେମ୍ବର (ହି.ସ.)- ସମଗ୍ର ଦେଶରେ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ପୋଷଣ ସପ୍ତାହ ପାଳନ ହେଉଥିବା ବେଳେ, ଏହାକୁ କନ୍ଧମାଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ମଧ୍ୟ ଜାତୀୟ ସ୍ୱାସ୍ଥ୍ୟ ମିଶନର ସହଯେଗରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରିଛି। ଏହି ସପ୍ତାହ ପାଳନ ଅବସରରେ ଅନୁଷ୍ଠାନ ତରଫରୁ ଚାଲିଥିବା ମା ଗୃହ ପ୍ରକଳ୍ପ ତରଫରୁ ଗର୍ଭବତୀ ଓ ପ୍ରସୁତି ମାନଙ୍କ ପାଇଁ ଆବଶ୍ୟକ ହେଉଥିବା ପୋଷଣ ଯୁକ୍ତ ଖାଦ୍ୟ କିପରି ନିଜ ବାଡିବଗିଚାରୁ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା । ଏଥିସହିତ ମା ଗୃହରେ ଅବସ୍ଥାପିତ ଗର୍ଭବତି ମହିଳା ମାନଙ୍କୁ ପ୍ରସୁତି ସମୟରେ କିପରି ସୁସମ ଓ ସୁସ୍ୱାଦୁ ଖାଦ୍ୟ ଖାଇବେ ସେ ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା । ଏହା ସପ୍ତାହ ସାରା ଦେଶରେ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ସୁଷମ ଖାଦ୍ୟ ଯେପରିକି ତ୍ରିରଙ୍ଗା ପତାକାର ତିନୋଟି ରଙ୍ଗ ଅଛି ପ୍ରତିଦିନ ଆମର ଖାଇବା ଥାଳି ସେହିପରି ତିନୋଟି ରଙ୍ଗର ଖାଦ୍ୟରେ ଭରପୁର ହେବା ଆବଶ୍ୟକ ବୋଲି ସମସ୍ତେ ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ଗୁଡିକରେ ସ୍ଥାନୀୟ ଏ.ଏନ୍.ଏମ୍ , ସି.ଏଚ୍.ଓ. , ଅଙ୍ଗନବାଡି ଓ ଆଶା ଦିଦି ମାନେ ଉପସ୍ଥିତ ରହି ପୋଷଣ ବା ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ଆମେ ସବୁସମୟରେ ବାହାରେ ମିଳୁଥିବା ଦାମିକା ଖାଦ୍ୟ ଉପରେ ନିର୍ଭର ନକରି ନିଜ ଘର ବାରିରେ ମିଳୁଥିବା ସଜନା ସାଗ, ସଜନା ଛୁଇଁ, କଂଚା କଦଳି, ଅମୃତଭଣ୍ଡା, କାଗିଜି ଲେମ୍ବୁ ଇତ୍ୟାଦି ସବୁଦିନ ଖାଦ୍ୟରେ ଖାଇଲେ ଶରୀରରେ ଲୌହସାର ବଢିବା ସହିତ ପୋଷକ ତତ୍ୱ ମଧ୍ୟ ମିଳି ପାରିବ ବୋଲି କୁହାଯାଇଥିଲା । ଗର୍ଭବତୀ ମହିଳା ମାନେ ପୁଷ୍ଟିକର ଖାଦ୍ୟ ଖାଇଲେ ନିଜେ ସୁସ୍ଥ ରିବା ସହିତ ଜଣେ ସୁସ୍ଥ ଶିଶୁକୁ ସମାଜକୁ ଆଣିପାରିବେ ବୋଲି ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ଗୁଡିକରେ ମା ଗୃହ ଦାୟିତ୍ୱରେ ଥିବା ଏ.ଏନ୍.ଏମ୍. ସଂଯୋଜିକା ଓ ମହିଳା ସ୍ୱାସ୍ଥ୍ୟ ସହାୟିକାମାନେ ପରିଚାଳନାରେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande