ବଢ଼େଇମୁଣ୍ଡାକୁ ମାତ୍ ଦେଇ ଓଏମପିର ସେମିଫାଇନାଲ ପ୍ରବେଶ
OMP beat Badheimunda
OMP beat Badheimunda


ଝାରସୁଗୁଡ଼ା, ୭ ସେପ୍ଟେମ୍ବର (ହି.ସ.)- କୋଲାବିରା ବ୍ଲକ ଅନ୍ତର୍ଗତ କୁଲିହାମାଲ ମିନି ଷ୍ଟାଡିୟମରେ ନୂଆଁଖାଇ ଉପଲକ୍ଷେ ଚାଲିଥିବା ବହୁ ପ୍ରସିଦ୍ଧ ଜ୍ୟୋତି ଏକାଦଶ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଆଦର୍ଶ କ୍ଲବ ଓଏମପି ଦଳ ବିଜୟୀ ହୋଇଛି। ଓଏମପି ୩-୧ ଗୋଲରେ ନବଯୁବକ ସଂଘ ବଢ଼େଇମୁଣ୍ଡାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ତୃତୀୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ମ୍ୟାଚ୍ କୁ ଜାତୀୟ ରେଫରୀ କାର୍ତ୍ତିକ ଦାସଙ୍କ ସହ ରେଫରୀ ରତ୍ନାକର ସାଏ, ଗିରିଶ ପ୍ରଧାନ ଓ ରାଜକୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ। ଶ୍ରୀକାନ୍ତ କଉଡ଼ି ଓ ଅମିୟ ପଟେଲ ଧାରାବିବରଣୀ ପ୍ରଦାନ କରିଥିଲେ। ଆଜିର ମ୍ୟାଚ୍ ରେ ସମାସିଂହା ସମବାୟ ସମିତିର ସଭାପତି ତଥା ପୂର୍ବତନ ସରପଞ୍ଚ ହେମନ୍ତ ସାହୁ, ସମାସିଂହାର ପୂର୍ବତନ ସରପଞ୍ଚ କରୁଣାକର ସେଟ୍, ସମାଜସେବୀ ତଥା ସାମ୍ବାଦିକ ସୁକାନ୍ତ ସାହୁ, କିର୍ମିରା କଲେଜ ଅଧ୍ୟକ୍ଷ ଅରୁଣ କୁମ୍ଭାର, ସମାଜସେବୀ ସଲିଲ ପଟେଲ, ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ଲକ୍ଷ୍ମଣ ନାଏକ, ଗ୍ରାମ୍ୟ କମିଟି ସଭାପତି ସୌରେନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ସପ୍ନେଶ୍ୱର ନାଏକ ଓ ଖିତିଚନ୍ଦ୍ର ନାଏକ, ସମାଜସେବୀ ପୁରୁଷୋତ୍ତମ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଜ୍ୟୋତି ଏକାଦଶ କ୍ଲବର ନିରଞ୍ଜନ କିସାନ, ଲିପୁନ ନାଏକ, ଅନିଲ କିସାନ, ଗୁଲବଦନ ଜଗତ, ଜଗଦୀଶ ନାଏକ ଓ ଲକ୍ଷନ କିସାନଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ଆସନ୍ତା ମଙ୍ଗଳବାର ସରବାହାଲ ଝାରସୁଗୁଡ଼ା ଓ ବିଏଫସି କୁଚିଣ୍ଡା ମଧ୍ୟରେ ସାହ୍ଲେପାଲି ଠାରେ ଟୁର୍ଣ୍ଣାମେଣ୍ଟର ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande