ପିଏମଶ୍ରୀ ବିଦ୍ୟାଳୟ ଏମଭି-୬୮ ରେ ସଡ଼କ ସୁରକ୍ଷା ସଚେତନତା ରାଲି
ମାଲକାନଗିରି, ୭ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଏମଭି-୬୮ ଠାରେ ସୋମବାର କାଲିମେଳା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନ
ପିଏମଶ୍ରୀ ବିଦ୍ୟାଳୟ ଏମଭି-୬୮ ରେ ସଡ଼କ ସୁରକ୍ଷା ସଚେତନତା ରାଲି


ମାଲକାନଗିରି, ୭ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କୋଇମେଟଲା ପଞ୍ଚାୟତ ଅନ୍ତର୍ଗତ ପିଏମଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଏମଭି-୬୮ ଠାରେ ସୋମବାର କାଲିମେଳା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏହି ସଚେତନତା ରାଲି ବିଦ୍ୟାଳୟ ପରିସରରୁ ବାହାରି ଏମଭି-୬୮ ଗ୍ରାମ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ରାଲି ସମୟରେ ଛାତ୍ରଛାତ୍ରୀମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କାଲିମେଳା ଥାନାର ପୋଲିସ କର୍ମଚାରୀମାନେ ଯୋଗଦେଇ ଟ୍ରାଫିକ ନିୟମ, ହେଲମେଟ ବ୍ୟବହାରର ଆବଶ୍ୟକତା, ନିଶାସେବନ କରି ଗାଡି ନ ଚଲାଇବା, ନୋ ପାର୍କିଂ ଜୋନରେ ଗାଡି ନ ରଖିବା, ଆରସି, ଡ୍ରାଇଭିଂ ଲାଇସେନ୍ସ, ଇନସୁରାନ୍ସ ଆଦି କାଗଜପତ୍ର ସବୁବେଳେ ସାଙ୍ଗରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହ ପିଏମ ରାହତ ଯୋଜନା ଏବଂ ଦୁର୍ଘଟଣା ସହାୟତା ସମ୍ବନ୍ଧୀୟ ଯୋଜନା ଓ ୱାଟସଆପ୍ ଚାଟବଟ୍ ବ୍ୟବହାର ବିଷୟରେ ମଧ୍ୟ ସୂଚନା ଦିଆଯାଇଥିଲା ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତେରେସା ଫୁଲମୋନି ହାସଦା ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande