
ମାଲକାନଗିରି , ୭ ସେପ୍ଟେମ୍ବର (ହି.ସ.) - ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ଘର। ହେଲେ ଗୋଟିଏ ବର୍ଷ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷ ଧରି ଚାଲିଛି ନିର୍ମାଣ କାର୍ଯ୍ୟ। ନିର୍ମାଣ କାମ ସମ୍ପୂର୍ଣ୍ଣ ନହୋଇ ପଡ଼ିରହିଥିବାରୁ ସରକାରୀ ଯୋଜନାର ଉଦ୍ଦେଶ୍ୟ ନେଇ ଉଠିଛି ପ୍ରଶ୍ନ।
ଘଟଣା ସମ୍ପର୍କରେ ଖବର ନେବାରୁ ଜଣାପଡ଼ିଛି ଯେ, ଠିକାଦାରଙ୍କ ବ୍ୟକ୍ତିଗତ କାରଣରୁ ଘରଗୁଡ଼ିକର ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ସମ୍ପୂର୍ଣ୍ଣ ହୋଇପାରିନଥିଲା। ଫଳରେ ସରକାରୀ ଅର୍ଥ ବ୍ୟୟ ହୋଇଥିଲେ ମଧ୍ୟ ଲୋକଙ୍କ ଉପଯୋଗରେ ଆସିପାରିନାହିଁ ନିର୍ମାଣାଧୀନ ଘରଗୁଡ଼ିକ।
ତେବେ ଏହି ଘଟଣାକୁ ନେଇ ପ୍ରଶାସନକୁ ପ୍ରଶ୍ନ କରାଯିବା ପରେ ଏବେ ଚେତିଛି ପ୍ରଶାସନ। ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ନିର୍ମାଣ କାର୍ଯ୍ୟକୁ ଆଗକୁ ବଢ଼ାଇବା ନେଇ ଆରମ୍ଭ ହୋଇଛି ପ୍ରଶାସନିକ ତତ୍ପରତା।
ଗ୍ରାମ୍ୟ ଉନ୍ନୟନ ବିଭାଗ–୧ର ନିର୍ବାହୀ ଯନ୍ତ୍ରୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଏହି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ନିଶ୍ଚିତ ଭାବେ ହାତକୁ ନେଇ ସମ୍ପୂର୍ଣ୍ଣ କରିବା ପାଇଁ ଯୋଜନା ରହିଛି।
ଦୀର୍ଘ ୧୦ ବର୍ଷ ଧରି ଅଟକି ରହିଥିବା ସରକାରୀ ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେଉଛି ଏବଂ ଏହାର ସୁଫଳ କେବେ ଲୋକଙ୍କୁ ମିଳୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ