
ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)- ଶ୍ରୀକ୍ଷେତ୍ର ପୁରୀରେ
ପୂଜ୍ୟା ସାଧ୍ୱୀ ଋତମ୍ଭରା ଜୀଙ୍କ ଶ୍ରୀମୁଖରୁ ଭାଗବତ କଥାମୃତ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଶ୍ରୀରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଧ୍ୱଜାବାହକ ଭାବେ ସନାତନ ଚେତନାର
ଜାଗରଣ ଓ ରାଷ୍ଟ୍ରୀୟ ସ୍ୱାଭିମାନ ପ୍ରତିଷ୍ଠାରେ ତାଙ୍କର ଯୋଗଦାନ ଅତୁଳନୀୟ। ସାଧ୍ୱୀ ଋତମ୍ଭରା
କେବଳ ଆଧ୍ୟାତ୍ମିକତାର ଆଲୋକବର୍ତ୍ତିକା ନୁହନ୍ତି,
ବରଂ ନିଜର ଦୂରଦୃଷ୍ଟି ଓ ନିଷ୍ଠାପର ମାନବସେବା ମାଧ୍ୟମରେ ସମାଜରେ ଏକ
ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ସେ କହିଛନ୍ତି ଯେ, ଆମର ସନାତନ ପରମ୍ପରା, ନୈତିକ ମୂଲ୍ୟବୋଧ ଏବଂ ସାଂସ୍କୃତିକ ଜାଗରଣ ହିଁ ‘ବିକଶିତ
ଭାରତ’ ତଥା ସମୃଦ୍ଧ ଓଡ଼ିଶାର ସଂକଳ୍ପକୁ ସାକାର କରିବାର ପ୍ରକୃତ ଶକ୍ତି। ସନ୍ଥମାନଙ୍କ
ଆଶୀର୍ବାଦ ଓ ଆଧ୍ୟାତ୍ମିକ ମାର୍ଗଦର୍ଶନ ରାଜ୍ୟର ବିକାଶ ଓ କଲ୍ୟାଣ ଯାତ୍ରାକୁ ଅଧିକ ଦିଗଦର୍ଶନ
ପ୍ରଦାନ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା