ଗାୟତ୍ରୀ ମହାଯଜ୍ଞ ନେଇ ପ୍ରସ୍ତୁତି ବୈଠକ
ଜୟପୁର, ୦୭ ସେପ୍େଟମ୍ବର (ହି.ସ.) ଗାୟତ୍ରୀ ଶକ୍ତି ପୀଠ ଠାରେ ୨୫୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି । ସଭାପତି ପ୍ରକାଶ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଏହା ଆୟୋଜିତ ହୋଇଥିଲା ଶକ୍ତିପୀଠ ମୁଖ୍ୟ ଟ୍ରଷ୍ଟିର ଋତୁମ୍ବରା ପାତ୍ର, ନିରଞ୍ଜନ ପାଣିଗ୍ରାହି ,ଗ
ପ୍ରାଦେଶିକ ଗଣିତ ମେଳା ଉଦଯାପିତ


ଜୟପୁର, ୦୭ ସେପ୍େଟମ୍ବର (ହି.ସ.) ଗାୟତ୍ରୀ ଶକ୍ତି ପୀଠ ଠାରେ ୨୫୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି ।

ସଭାପତି ପ୍ରକାଶ କୁମାର ନାୟକ ଙ୍କ ସଭାପତିତ୍ୱ ରେ ଏହା ଆୟୋଜିତ ହୋଇଥିଲା

ଶକ୍ତିପୀଠ ମୁଖ୍ୟ ଟ୍ରଷ୍ଟିର ଋତୁମ୍ବରା ପାତ୍ର, ନିରଞ୍ଜନ ପାଣିଗ୍ରାହି ,ଗଙ୍ଗାଧର ପାଣିଗ୍ରାହି,ଗୋପାଳ ପାତ୍ର ଙ୍କ ପ୍ରତିନିଧିତ୍ୱ ରେ ୨୫୧ ଗ୍ରାମରୁ ୧୩୦ ଜଣ ହରିଦ୍ୱାର ଯାଇ ମହାଯଜ୍ଞ ର ଶୁଭାରମ୍ଭ ନିମନ୍ତେ ଦିବ୍ୟ ଶକ୍ତି କଳସ ଶାନ୍ତିକୁଞ୍ଜ ହରିଦ୍ୱାର ସିଦ୍ଧ ଚୈତନ୍ୟ କ୍ଷେତ୍ର ଠାରୁ ଆଣି ଜୟପୁର ଠାରେ ପହଂଚି ଥିଲେ। ଉକ୍ତ ଦିବ୍ୟ ଶକ୍ତି କଳସ ଓ ଯଜ୍ଞ ର ବ୍ୟବସ୍ଥା ନିମନ୍ତେ ନିଷ୍କର୍ଷ ହେଲା

ଅଖଣ୍ଡ ଜ୍ୟୋତି ଜନ୍ମ ଶତାବ୍ଦୀ ବର୍ଷ,ପରମ ବନ୍ଦନୀୟ ମତାଜୀ ଭଗବତୀ ଦେବି ଙ୍କ ଅବତରଣ ଦିବସ ୨୦/୦୯/୨୦୨୬ ରିଖ ଦିନ ଇରିଗେସନ କଲୋନୀ ଠାରୁ ପ୍ରାତଃ ୦୯.ଘ ସମୟରେ ଶକ୍ତି କଳସ ବାହାରି ଫରେଷ୍ଟ କଲୋନୀ ଦେଇ ପାରା ବେଡା,ଅଧିକାରୀ ଛକ,ଟ୍ରାଫିକ ଛକ , ପାର୍କ ଲାଇନ୍ ଛକ ,ଗୌଡ଼ ସାହି ଛକ,ଜଗତ ଜନନୀ ମନ୍ଦିର ଛକ , ଚୈତନ୍ୟ ମନ୍ଦିର, ରାଜନଗର ଛକ, ଜଗନ୍ନାଥ ମନ୍ଦିର ,ତାରିଣୀ ମନ୍ଦିର,ପଂଚାନନ ମନ୍ଦିର ,ମାର୍ଗ ଦେଇ ଗାୟତ୍ରୀ ଶକ୍ତି ପୀଠ ଠାରେ ପହଂଚିବା ନିମନ୍ତେ ସ୍ଥିର ହେଲା ।

ତେଣୁ ଜାତି,ବର୍ଣ୍ଣ,ନିର୍ବିଶେଷରେ ସମସ୍ତ ଆଧ୍ୟାତ୍ମିକ ସାମାଜିକ ସଂସ୍ଥା ସଂଗଠନ ନିଜ ପରିଚୟ (ବେନା,ର୍) କିର୍ତନ ମଣ୍ଡଳୀ , ଘଂଟ, ଶଙ୍ଖ,ବାଦ୍ୟ , ହୁଳ ହୁଳି ସହ ଦିବ୍ୟ ଭବ୍ୟ ସ୍ୱାଗତ କରିବା ସହ ଉକ୍ତ ଶୋଭାଯାତ୍ରା ରେ ସାମିଲ ହେବା ନିମନ୍ତେ ଗ୍ରାମ ବାସୀ ଓ ପ୍ରଶାସନ ଓ ପ୍ରେସ ମିଡିଆ ,ପ୍ରିଂଟ ମିଡିଆ କାର୍ଯ୍ୟ କର୍ତା ଗଣ ଙ୍କୁ କମିଟି ତରଫରୁ ଅନୁରୋଧ କରା ଗଲା ।

ଏହି କାର୍ଯ୍ୟ କ୍ରମରେ ବାଲ୍ମୀକି ପ୍ରଧାନ ,ଅନିଲ ଦାସ ,ଅମର ପାଢ଼ୀ , ,ବାଜି ସେଠୀ ,ନିରଞ୍ଜନ ଭୂୟାଁ,ରେଣୁକା ଗୁପ୍ତା,ବିଚିତ୍ରାନନ୍ଦ ଧଲ,ଅମର ପାଢ଼ୀ ,ସଚି ତ୍ରିପାଠୀ ଓ ଅବିଭକ୍ତ କୋରାପୁଟ ଜିଲ୍ଲା ର ସମସ୍ତ ଗାୟତ୍ରୀ ପରିବାର ,୨୫୧ଗ୍ରାମର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande