କ୍ଷେତ୍ରକୁ ଯାଇ ବୁଥ ଯାଞ୍ଚ ନିର୍ଦ୍ଦେଶ, ଫେବ୍ରୁଆରୀ ୧୦ ସୁଦ୍ଧା ଭୋଟର ଲିଷ୍ଟ ଫାଇନାଲ
ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)- ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବଡ଼ ପଦକ୍ଷେପ ନେଇ ବୁଥଗୁଡିକ ଠିକ୍ ଅଛି ନା ନାହିଁ କ୍ଷେତ୍ରକୁ ଯାଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ୍ ଓ ପୌର ଅଧିକାରୀଙ୍କୁ କ୍ଷେତ୍ରକୁ ଯାଇ ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତ
କ୍ଷେତ୍ରକୁ ଯାଇ ବୁଥ ଯାଞ୍ଚ     ନିର୍ଦ୍ଦେଶ, ଫେବ୍ରୁଆରୀ ୧୦ ସୁଦ୍ଧା ଭୋଟର ଲିଷ୍ଟ ଫାଇନାଲ


ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)- ପଞ୍ଚାୟତ

ନିର୍ବାଚନ ପାଇଁ ନିର୍ବାଚନ କମିଶନ ବଡ଼ ପଦକ୍ଷେପ ନେଇ ବୁଥଗୁଡିକ ଠିକ୍ ଅଛି ନା ନାହିଁ

କ୍ଷେତ୍ରକୁ ଯାଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ବ୍ଲକ୍ ଓ ପୌର ଅଧିକାରୀଙ୍କୁ କ୍ଷେତ୍ରକୁ ଯାଇ

ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ବୁଥ୍ର ସମସ୍ୟା ଥିବ ସମାଧାନ କରାଯିବ ବୋଲି

ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି । ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଭୋଟର ଲିଷ୍ଟ ଭାଗ ଓ ଡୋର୍

ଟୁ ଡୋର୍ ସର୍ଭେ ହେବ । ସୋସିଆଲ ମିଡିଆରେ ଏଆଇଜରିଆରେ ଅପପ୍ରଚାରକୁ

ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ଜାଗାରୁ ଅଭିଯୋଗ ଆସିଲେ ସାଇବର କ୍ରାଇମରେ ତଦନ୍ତ

ହେବ । ପ୍ରଥମେ ପଞ୍ଚାୟତ ନିର୍ବାଚନ ଓ ପରେ ପୌର ନିର୍ବାଚନ ହେବ । ଏପ୍ରିଲ ପ୍ରଥମରୁ ପଞ୍ଚାୟତ, ଏପ୍ରିଲ

ଶେଷ କିମ୍ବା ମେ ପ୍ରଥମରୁ ପୌର ନିର୍ବାଚନ ହେବ । ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ

ସରକାରଙ୍କ କାର୍ଯ୍ୟ, ଅକ୍ଟୋବର ୩୧ ସୁଦ୍ଧା ସରିବ । ଭୋଟର ଲିଷ୍ଟ ଫେବ୍ରୁଆରୀ ୧୦ ସୁଦ୍ଧା

ସରିବ, ସବୁ

ଡିଜିଟାଇଜେସନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande