ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ‘ପ୍ରିନ୍ସିପାଲ୍ସ ମିଟ୍’ ଅନୁଷ୍ଠିତ
ଜୟପୁର, ୭ ସେପ୍ଟେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରସ୍ଥ ଲେକ୍ଚରର ଥିଏଟର ଏଲ ୨ ଠାରେ ଆଜି ‘ପ୍ରିନ୍ସିପାଲ୍ସ ମିଟ୍’ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ, ନୂତନ ଶିକ୍ଷାନୀତିର କାର୍ଯ୍ୟକାରୀ ରୂପାୟଣ ଏବଂ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ଶୈକ୍ଷିକ ଓ ପ୍ରଶା
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ‘ପ୍ରିନ୍ସିପାଲ୍ସ ମିଟ୍’ ଅନୁଷ୍ଠିତ


ଜୟପୁର, ୭ ସେପ୍ଟେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରସ୍ଥ ଲେକ୍ଚରର ଥିଏଟର ଏଲ ୨ ଠାରେ ଆଜି ‘ପ୍ରିନ୍ସିପାଲ୍ସ ମିଟ୍’ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ, ନୂତନ ଶିକ୍ଷାନୀତିର କାର୍ଯ୍ୟକାରୀ ରୂପାୟଣ ଏବଂ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ଶୈକ୍ଷିକ ଓ ପ୍ରଶାସନିକ ସମସ୍ୟା ଉପରେ ଆଲୋଚନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ପଞ୍ଜୀକରଣ ହୋଇଥିଲା ।ବିଶ୍ୱବିଦ୍ୟାଳୟର କୁଳସଚିବ ମହେଶ୍ୱର ନାଏକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଅଂଶଗ୍ରହଣକାରୀମାନଙ୍କର ଆତ୍ମପରିଚୟ ପର୍ବ ଅନୁଷ୍ଠିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ‘ଜାତୀୟ ଶିକ୍ଷା ନୀତି ଏନ ଇ ପି : ମୁଖ୍ୟ ବିଶେଷତା ଓ କାର୍ଯ୍ୟାନ୍ୱୟନ’ ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଏହାପରେ ଏମଓୟୁ ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରରେ ଆଜି ଆୟୋଜିତ ପ୍ରିନ୍ସିପାଲ୍ସ ମିଟ୍ ଅବସରରେ ଶିକ୍ଷା, ଗବେଷଣା, ଶିଳ୍ପ ସହଯୋଗ ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନାଲକୋ, ଦାମନଯୋଡ଼ି ଏବଂ ଜେ.କେ. ପେପର ମିଲ୍ସ ସହିତ ବିଶ୍ୱବିଦ୍ୟାଳୟର ସ୍ୱାକ୍ଷର କରାଯାଇଛି। ଏହି ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ଏକ ସୁଦୃଢ଼ ସହଯୋଗୀ ସମ୍ପର୍କ ସ୍ଥାପିତ ହେବ। ଏହା ଅଧୀନରେ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍, ଶିଳ୍ପ ପରିଦର୍ଶନ, ପ୍ରଶିକ୍ଷଣ, କୌଶଳ ବିକାଶ, ପ୍ରାୟୋଗିକ ଜ୍ଞାନ ଓ ଗବେଷଣାମୂଳକ କାର୍ଯ୍ୟକ୍ରମ ଆୟୋଜନର ସୁଯୋଗ ସୃଷ୍ଟି ହେବ। ଏହା ସହିତ ଶିଳ୍ପ କ୍ଷେତ୍ରର ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ଅତିଥି ବ୍ୟାଖ୍ୟାନ, ଆଲୋଚନାଚକ୍ର ଓ ବିଭିନ୍ନ ଦକ୍ଷତା ବିକାଶମୂଳକ କାର୍ଯ୍ୟକ୍ରମ କରାଯାଇପାରିବ। ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ହୃଷୀକେଶ ସେନାପତି ଏହି ଶିଳ୍ପ-ଶିକ୍ଷା ସହଯୋଗକୁ ସ୍ୱାଗତ କରି କହିଥିଲେ ଯେ, ଉଚ୍ଚଶିକ୍ଷାକୁ ଶିଳ୍ପ ଓ ସମାଜର ଆବଶ୍ୟକତା ସହିତ ଯୋଡ଼ିବା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଚାକିରି ଓ ଗବେଷଣା କ୍ଷେତ୍ର ପାଇଁ ଅଧିକ ପ୍ରସ୍ତୁତ କରାଯାଇପାରିବ।

ବିଶ୍ୱବିଦ୍ୟାଳୟର କୁଳସଚିବ ମହେଶ୍ୱର ନାଏକଙ୍କ ସ୍ୱାଗତ ଅଭିଭାଷଣ ପରେ ସ୍ୱାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧିକାରୀ, ଅଧ୍ୟାପକ-ଅଧ୍ୟାପିକା ଓ ପ୍ରିନ୍ସିପାଲମାନେ ଉପସ୍ଥିତ ଥିଲେ। ଏହି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟକୁ ଶିକ୍ଷା, ଶିଳ୍ପ, ଗବେଷଣା ଓ ସମାଜ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାରେ ଏକ ନୂତନ ଦିଗ ଦେବ ବୋଲି ଆଶା ପ୍ରକାଶ କରାଯାଇଛି। ସ୍ମାରକ ବୁଝାମଣାପତ୍ର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ନାଲକୋ, ଦାମନଯୋଡ଼ି ଓ ଜେ.କେ. ପେପର ମିଲସ ସ୍ମାରକ ବୁଝାମଣାପତ୍ର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ଏବଂ ନାଲକୋ, ଦାମନଯୋଡ଼ି / ଜେ.କେ. ପେପର ମିଲ ମଧ୍ୟରେ ଶିକ୍ଷା, ପ୍ରଶିକ୍ଷଣ, ଗବେଷଣା ଓ ଶିଳ୍ପ ସହଯୋଗକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ସ୍ଥାପିତ ହେଉଛି। ପ୍ରମୁଖ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟର୍ନସିପ୍ ଓ ଶିଳ୍ପ ପ୍ରଶିକ୍ଷଣର ସୁଯୋଗ ସୃଷ୍ଟି କରିବା। ଶିଳ୍ପ ପ୍ରତିଷ୍ଠାନ ପରିଦର୍ଶନ ଓ ପ୍ରାୟୋଗିକ ଅଭିଜ୍ଞତା ପ୍ରଦାନ କରିବା। ଛାତ୍ରଛାତ୍ରୀଙ୍କ କୌଶଳ ଓ ରୋଜଗାର ଯୋଗ୍ୟତା ବୃଦ୍ଧି କରିବା। ଯୁଗ୍ମ ଭାବରେ ଗବେଷଣା, ପ୍ରକଳ୍ପ ଓ ଅଧ୍ୟୟନ କାର୍ଯ୍ୟକ୍ରମ ହାତକୁ ନେବା। ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା କାର୍ଯ୍ୟକ୍ରମ ଆୟୋଜନ କରିବା। ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଗବେଷକମାନଙ୍କ ସହ ଶିଳ୍ପ ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ମଧ୍ୟରେ ଜ୍ଞାନ ବିନିମୟ କରିବା। ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ପରସ୍ପର ସହଯୋଗ କରିବା। ଉଭୟ ପକ୍ଷ ପରସ୍ପର ସମ୍ମତିକ୍ରମେ ଶିକ୍ଷା, ଗବେଷଣା, ଦକ୍ଷତା ବିକାଶ, ଇଣ୍ଟର୍ନସିପ୍, ପ୍ରଶିକ୍ଷଣ, ସେମିନାର, କର୍ମଶାଳା ଏବଂ ସାମାଜିକ ଦାୟିତ୍ୱମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବେ। ମୂଳ ଲକ୍ଷ୍ୟ ହେଉଛି— “ଶିକ୍ଷାକୁ ଶିଳ୍ପ ସହିତ ଯୋଡ଼ି ଛାତ୍ରଛାତ୍ରୀଙ୍କୁ ଜ୍ଞାନ, ଦକ୍ଷତା ଓ ପ୍ରାୟୋଗିକ ଅଭିଜ୍ଞତାରେ ସମୃଦ୍ଧ କରିବା।” ବୈଠକରେ ସିଡିସି ନିର୍ଦ୍ଦେଶକ ମହେଶ୍ୱର ଦୁରିଆ ମହାବିଦ୍ୟାଳୟର ଅନୁବନ୍ଧନ ସମ୍ପର୍କିତ ବିଷୟ ଓ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ। ଡ. ଏସ୍. କେ. ଦେହୁରୀ, ଏବଂ ଡ. ବି. ବି. ନନ୍ଦ, . କଂଟ୍ରୋଲ୍ଳେର ଅଫ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଓ ଚ୍ୟାଲେଞ୍ଜ ଉପରେ ଆଲୋକପାତ କରିଥିଲେ। ପରବର୍ତ୍ତୀ ଅଧିବେଶନରେ ଜ୍ଞାନ ରଞ୍ଜନ ମହାନ୍ତି ଆଭ୍ୟନ୍ତରୀଣ ମୂଲ୍ୟାୟନ ଓ ପ୍ରାକ୍ଟିକାଲ୍ ପରୀକ୍ଷା ସମ୍ପର୍କିତ ବିଷୟ ଉପସ୍ଥାପନ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ରଞ୍ଜନ କୁମାର ପ୍ରଧାନ ପରୀକ୍ଷା ପରିଚାଳନା ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର ସମୁଦାୟ ସେବା ଓ ଇଣ୍ଟର୍ନଶିପ୍ର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଶେଷରେ ଏକ ଆନ୍ତରିକ ଆଲୋଚନାତ୍ମକ ଅଧିବେଶନ ଅନୁଷ୍ଠିତ ହୋଇ ବିଶ୍ୱବିଦ୍ୟାଳୟ ଓ ଅଧିଭୁକ୍ତ ମହାବିଦ୍ୟାଳୟଗୁଡ଼ିକର ଶୈକ୍ଷିକ ଉନ୍ନତି ସମ୍ପର୍କରେ ମତବିନିମୟ କରାଯାଇଥିଲା।

କାର୍ଯ୍ୟକ୍ରମଟି ଡ. ବ୍ରଜବନ୍ଧୁ ନନ୍ଦ ଓ ଡଃ. ଉଜ୍ବଳ କୁମାର ଷଡଙ୍ଗୀ, ସହକାରୀ ପ୍ରଫେସର, ରସାୟନ ବିଜ୍ଞାନ ବିଭାଗ ଓ ଡଃ. ସ୍ମିତା ଏସ୍. ଶତପଥୀଙ୍କ ସମନ୍ୱୟରେ ଆୟୋଜିତ ହୋଇଥିଲା। ଶେଷରେ ଉପ-କୁଳସଚିବ ଏଫ୍. ବର୍ଲା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ‘ପ୍ରିନ୍ସିପାଲ୍ସ ମିଟ୍’ ଉଚ୍ଚଶିକ୍ଷାର ଗୁଣବତ୍ତା ବୃଦ୍ଧି, ମାନଦଣ୍ଡ ପୂରଣ ଏବଂ ର ସଫଳ କାର୍ଯ୍ୟାନ୍ୱୟନ ଦିଗରେ ଏକ ଫଳପ୍ରଦ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande