କେନ୍ଦୁଝର, ୧ ଅକ୍ଟୋବର (ହି.ସ.)- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟ୍ରେନିଂ ହଲ ରେ ଆଜି ଜାତୀୟ ସ୍ବେଛାକୃତ ରକ୍ତଦାନ ଦିବସ ଜିଲ୍ଲା ରକ୍ତକେନ୍ଦ୍ର ଅଧିକାରୀ ଡାକ୍ତର ରମାକାନ୍ତ ମୁଣ୍ଡା ଙ୍କ ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି,ଏଡିପିଏଚସିଓ ଧନୁରାମ ମୁର୍ମୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡିପିଏମ ନିତ୍ୟରଞ୍ଜନ ବରାଳ ମୁଖ୍ୟ ଅତିଥି, ଭେଷଜ ବିଶେଷଜ୍ଞ ଡାକ୍ତର ପିକେ ମିଶ୍ର ସମ୍ମାନିତ ଅତିଥି, ଜିଲ୍ଲା ରେଡ କ୍ରସ ଯୁଗ୍ମ ସମ୍ପାଦକ ଏଆର ଖାନ ଅନ୍ୟତମ ଅତିଥିଭାବେ ଯୋଗଦେଇ ସ୍ବେଛାକୃତ ରକ୍ତଦାନ କୁ ଏକ ବିପ୍ଳବ ରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ରକ୍ତଦାନ ଦ୍ଵାରା ନିଜେ ସୁସ୍ଥ ରହିବା ସହିତ ଅନ୍ୟର ଜୀବନ ରକ୍ଷା କରି ସେମାନଙ୍କ ପରିବାରରେ ହସ ର ଲହରୀ ଖେଳାଇବା ଦ୍ଵାରା ଏକ ସମୃଦ୍ଧ ସମାଜ ଗଠନ ରେ ଭାଗିଦାରୀ ହେବାକୁ ପରାମର୍ଶ ଦେଇଥିଲେ। ଆଜିର ଯୁବକ ମାନେ ରକ୍ତଦାନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବାର ସୁନେଲି ପଥରେ ଅଗ୍ରସର ହେଉଥିବାରୁ ଏହା ଏକ ଶୁଭ ସୂଚନା ବୋଲି ମତ ପ୍ରକାଶ କରାଯାଇଥିଲା। ଏକ ରକ୍ତ ଗ୍ରୁପିଙ୍ଗ ଶିବିର ଆୟୋଜନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ