ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପୋଖରୀ ସୌନ୍ଦର୍ଯ୍ୟକରଣରେ ଅନିମିୟତା ହୋଇଥିବା ଅଭିଯୋଗ
ମାଲକାନଗିରି, ୧ ଅକ୍ଟୋବର (ହି.ସ.) ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପୋଖରୀ ସୌନ୍ଦର୍ଯ୍ୟକରଣରେ ଅନିମିୟତା ହୋଇଥିବା କାଉନସିଲର ମାନେ ଅଭିଯୋଗ କରିଛନ୍ତି । ବାଲିମେଳା ଏନଏସିରେ ଦୁଇଟି ମୋ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ଆସିଥିବା ବେଳେ ଗୋଟିଏ ୪ନଂ ୱାର୍ଡ ଜଗନ୍ନାଥ ସା
ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପୋଖରୀ ସୌନ୍ଦର୍ଯ୍ୟକରଣରେ ଅନିମିୟତା ହୋଇଥିବା ଅଭିଯୋଗ


ମାଲକାନଗିରି, ୧ ଅକ୍ଟୋବର (ହି.ସ.)

ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପୋଖରୀ ସୌନ୍ଦର୍ଯ୍ୟକରଣରେ ଅନିମିୟତା ହୋଇଥିବା କାଉନସିଲର ମାନେ ଅଭିଯୋଗ କରିଛନ୍ତି । ବାଲିମେଳା ଏନଏସିରେ ଦୁଇଟି ମୋ ପୋଖରୀ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ଆସିଥିବା ବେଳେ ଗୋଟିଏ ୪ନଂ ୱାର୍ଡ ଜଗନ୍ନାଥ ସାଗର, ଅନ୍ୟଟି ୨ନ ୱାର୍ଡରେ ହେଉଛି ମାତ୍ର ୨ନ ୱାର୍ଡ ଗଦବାଗୁଡା ସାହି ନିକଟରେ ହେଉଥିବା ପୋଖରୀ ସୌନ୍ଦର୍ଯ୍ୟ କରଣ କାମ ଅତି ନିମ୍ନ ମାନର ବୋଲି ୨ନ ୱାର୍ଡର କାଉନସିଲର ବିମଳ କୁମାର ବେହେରା କହିଛନ୍ତି । କାମଟି ୫ଟି ଏସ ଏଚ ଜି ମହିଳା ମାନଙ୍କୁ ଦିଆଯାଇଛି! ମୋଟ ୪୭ଲକ୍ଷ ଟଙ୍କା ବ୍ୟୟ ରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ରେ ନିମ୍ନ ମାନର ଗଛ ଚାରା ଗଛ ଲଗାଇ ମନ ମୁତାବକ କାର୍ଯ୍ୟ କରୁଛନ୍ତି ତତ ସହିତ ଏସ ଏଚ ଜି ମହିଳା ମାନଙ୍କୁ ଧମକାଇ ଇମ୍ପ୍ଲିମେଣ୍ଟ ଏକ୍ସପଟ ଶ୍ରୀ ମାଲ ନିଜେ ଏସ ଏଚ ଜି ମାନଙ୍କ ସହ ସହଯୋଗୀ ହୋଇ କାମ କରୁଛନ୍ତି ବୋଲି କାଉନସିଲର ଶ୍ରୀ ବେହେରା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏନେଇ ଆମେ ବାଲିମେଳା ଏନଏସିର ଇଂପ୍ଲିମେଣ୍ଟ ଏକ୍ସପଟ ଆନନ୍ଦ ମାଲ କୁ ପଚାରିବାରୁ ସେ କହିଥିଲେ କାମ ଠିକ ଠାକ ହେଉଛି। କାଉନସିଲର ଶ୍ରୀବେହେରା କହିଛନ୍ତି ଏହି ମୋ ପୋଖରୀ କାର୍ଯ୍ୟ ର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର ବୋଲି ଦାବୀ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande