
ଭୁବନେଶ୍ୱର, 16 ଡିସେମ୍ବର (ହି.ସ.)- ସମସ୍ତ ଦେଶବାସୀଙ୍କୁ ବିଜୟ ଦିବସର ଶୁଭେଚ୍ଛା
ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ
କହିଛନ୍ତି ଯେ, ବିଜୟ ଦିବସରେ, 1971 ଇଣ୍ଡୋ-ପାକ ଯୁଦ୍ଧରେ ସାହସୀ ଭାବେ ଯୁଦ୍ଧ କରି
ଭାରତର ବିଜୟ ସୁନିଶ୍ଚିତ କରିଥିବା ଆମର ସୈନିକମାନଙ୍କର ସାହସ ଓ ଶୌର୍ଯ୍ୟକୁ ସ୍ମରଣ କରନ୍ତୁ। ଆମର
ହୀରୋ ଯେଉଁମାନେ ଭାରତକୁ ବିଜୟଶାଳୀ କରିବା ପାଇଁ ତାଙ୍କର ଜୀବନ ଦାନ କରିଥିଲେ, ସେମାନଙ୍କ
ସ୍ମୃତିକୁ ସଦା ସ୍ମରଣ କରିବା ଦରକାର। ସେମାନଙ୍କର ଅତୁଟ ଆତ୍ମବଳ ଓ ବଳିଦାନର କଥା ଦେଶକୁ ସର୍ବଦା
ପ୍ରେରଣା ଦେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା