ଦୃଷ୍ଟି ଶକ୍ତି ହରାଉଥିବା ସରକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ଠକୁଛି ଲାୟନ୍ସ କ୍ଲବ, ଅନ୍ଧତ୍ଵ ଦୂରୀକରଣ ନାମରେ ବେପାର ?
ଦୃଷ୍ଟି ଶକ୍ତି ହରାଉଥିବା ସରକାରୀ ବିଦ୍ୟାଳତ ଛାତ୍ର ଛାତ୍ରୀଙ୍କୁ ଠକୁଛି ଲାୟନ୍ସ କ୍ଲବ, ଅନ୍ଧତ୍ୱ ଦୁରୀକରଣ ନାମରେ ବେପାର ?
ଦୃଷ୍ଟି ଶକ୍ତି ହରାଉଥିବା ସରକାରୀ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ଠକୁଛି ଲାୟନ୍ସ କ୍ଲବ, ଅନ୍ଧତ୍ଵ ଦୂରୀକରଣ ନାମରେ ବେପାର ?


ରାଉରକେଲା, ୧୬ ଡିସେମ୍ବର (ହି.ସ.)- ରାଜ୍ୟ ସରକାରଙ୍କ ସରକାରୀ ବିଦ୍ୟାଳୟ ଯେଉଁଠି ବଡ ଲୋକ ମାନଙ୍କ ପିଲା ପଢନ୍ତି ନାହିଁ, ସେଠି ପଢନ୍ତି ଗରୀବ ଅଭାବୀ ଘରର ପିଲାମାନେ । ସରକାର ଶିକ୍ଷାକୁ ଗୁରୁତ୍ୱ ଦେଇ ପିଲା ମାଙ୍କୁ ପଢାଉଥିବା ବେଳେ ସେମାନଙ୍କର ପୃଷ୍ଟିକର ଖାଦ୍ୟ ଅଭାବରୁ ଦୃଷ୍ଟି ଶକ୍ତି କମଯୋର ହୋଇଯାଇଥାଏ, ତେବେ ଏହାକୁ ସୁଧାରିବା ଲାଗି ବହୁ ନାମ ଅର୍ଜନ କରି ଦେଶ ବିଦେଶରେ ନିଜର ପତିଆରା ତିଆରି କରିଥିବା ଲାୟନ୍ସ କ୍ଲବ ପିଲାମାନଙ୍କୁ ଚଷମା ମାଗଣା ଦେବା ଦାୟିତ୍ୱ ନେଇଥିବା ଭଳି ବର୍ଷର ବିଭିନ୍ନ ସମୟରେ ବିଦ୍ୟାଳୟ ଗୁଡିକରେ ପହଁଚି ପିଲା ମାନଙ୍କର ଆଖି ପରୀକ୍ଷା କରିଥାଏ । ଏଥିଲାଗି ପିଲା ମାନଙ୍କର ଅନେକ ସମୟ ପାଠ ପଢାରୁ ନଷ୍ଟ ମଧ୍ୟ ହୋଇଥାଏ, ହେଲେ ଆଖି ପରୀକ୍ଷା ସାରି ରିପୋର୍ଟ ଧରେଇ ଦେଇ ଆସୁଥିବା ଲାୟନ୍ସ କ୍ଲବର ଆଉ ଦେଖା ମିଳେନି, ମାଗଣା ଚଷମା ମିଳିବ କହି ଦେଇ ପିଲାମାନଙ୍କୁ ବର୍ଷ ବର୍ଷ ଧରି ଅପକ୍ଷା କରାଇ ଚଷମା ନଦେଇ ସେମାନଙ୍କୁ ଠକିଦେଇ ଅନ୍ଧତ୍ୱ ଭଳି ସମସ୍ୟା ଭିତରକୁ ଅଧିକ ଏହି କ୍ଲବ ଠେଲିଦେଇଥାଏ ବୋଲି ଅଭିଯୋଗ ହୋଇଛି । ଆମେ କହୁଛୁ ଲାୟନ୍ସ କ୍ଲବ ରାଉରକେଲା କଥା । ଏହି କ୍ଲବ ଅଧିନରେ ଏକ ଡାକ୍ତରଖାନା ସିଭିଲଟାଉନରେ ରହିଛି, ସେଠାରୁ ବର୍ଷର ବିଭିନ୍ନ ସମୟରେ ସରକାରୀ ବିଦ୍ୟାଳୟ ଗୁଡିକୁ ଟିମ ଯାଇ ପିଲାଙ୍କ ଆଖିପରୀକ୍ଷା କରି କେବଳ ରିପୋର୍ଟ ଗୋଟାଏ ଲେଖା ଧରାଇ ଦିଆଯାଉଛି କିନ୍ତୁ ମାଗଣା ଚଷମା ଦେବା କଥା କହି ଜଣକୁ ହେଲେ ଚଷମା ଦିଆଯାଉନାହିଁ । ନିକଟ ଅତିତରେ ରାଉରକେଲା ପାନପୋଷ ବିଦ୍ୟାଳରେ ହାଇସ୍କୁଲ ପିଲାମାନଙ୍କର ଆଖି ପରୀକ୍ଷା କରାଯାଇଥିଲା, ରିପୋର୍ଟ କାର୍ଡ ଧରାଇ କୁହାଗଲା ଡାକ୍ତରଖାନା ଆସି ଚଷମା ନେଇଜିବ । ପିଲାମାନେ ଅନେକ ଏହାକୁ ଧରି ଲାୟନ୍ସ ଡାକ୍ତରଖାନାକୁ ଗଲେ, ସେଠି ଆଖି ପରୀକ୍ଷା କରାଇଲେ, ହେଲେ ଆଖି ପରୀକ୍ଷା ଦାୟିତ୍ୱରେ ଥିବା ବାବୁ କହିଲେ ଏଠି ଚଷମା ମିଳିବା ସମୟ ଲାଗିବ ତା ଭିତରେ ତମ ମାନଙ୍କର ଆଖି ଅଧିକ ଖରାପ ହୋଇଜିବ ତେଣୁ ବାହାରୁ ପଇସା ଦେଇ କରେଇ ନିଅ, ପରେ ଚଷମା ଦେବା ଦାୟିତ୍ୱରେ ଥିବା ବାବୁଙ୍କୁ ଖୋଜିବାରୁ ସେ ସେ ଗୁରୁତ୍ୱ ପୁର୍ଣ କାମରେ ଯାଇଛନ୍ତି ବୋଲି କୁହାଜିବା ସହ ବିଦ୍ୟାଳୟକୁ ଚଷମା ପଠାଇଦିଆଜିବ ବୋଲି କହି ପିଲା ମାନଙ୍କୁ ବିଦା କରାଗଲା। ହେଲେ ମାସ ପରେ ମାସ ବିତୁଛି କିନ୍ତୁ ଲାୟନ୍ସ ବାଲାଙ୍କ ମାଗଣା ଚଷମା ଏଯାଏ ବିଚରା ପିଲା ମାନଙ୍କ ପାଖରେ ପହଁଚିଲା ନାହିଁ। ସେମାନେ ଗରୀବ ବାପ ମା ଙ୍କ ପିଲା ନୋଲି ସେମାନଙ୍କ ସହ ଲାୟନ୍ସ ବାଲା ଏହିଭଳି କାରବାର କଲେ ଓ ସେମାନଙ୍କୁ ଅନ୍ଧତ୍ୱର ଦୁନିଆକୁ ଅଧିକ ଠେଲିଦେେଇ ସେମାନଙ୍କ ଆଶା ଭରଷାକୁ ଧୂଳିସାତ କଲେ ବୋଲି କୁହାଯାଉଛି ।

ତଦନ୍ତରୁ ଜଣାପଡିଛି ଏହିଭଳି କାରବାର ଖାଲି ପାନପୋଷ ବିଦ୍ୟାଳୟରେ ନୁହେଁ ଗାଁ ଗହଳି ସହରର ସବୁ ଯାଗାରେ ଥିବା ବିଦ୍ୟାଳୟ ଗୁଡିକରେ ଲାୟନ୍ସ କ୍ଲବ କରୁଥିବା ଜଣାପଡିଛି । ପିଲା ମାନେ କହିଛନ୍ତି ଆମେ ପାଠ ପଢିବା ଭିତରେ କେବେ ହେଲେ ଲାୟନ୍ସ କ୍ଲବ ଠାରୁ ଚଷମା ଟିଏ ପାଇନାହୁଁ । ଯଦି ଏହା ସତ୍ୟ ତେବେ ଲାୟନ୍ସ କ୍ଲବର ଏଭଳି ଫାର୍ସକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କାହିଁକି ବରଦାସ୍ତ କରୁଛି ଓ ସେମାନଙ୍କୁ ଏକ ସମାଜ ସେବା ଅନୁଷ୍ଠାନ ଭାବେ ପରିଗଣିତ କରି ନାନା ପ୍ରକାର ସାହାଜ୍ୟ ସହଯୋଗ କାହିଁକି କରାଯାଉଛି ବୋଲି ପ୍ରଶ୍ନ ହୋଇଛି । ଅନ୍ୟ କେତେକ କହିଛନ୍ତି ଯେ, ରାଜ୍ୟରେ ଗରୀବ ଓ ସରକାରୀ ବିଦ୍ୟାଳୟରେ ଏହିଭଳି ଦୃଷ୍ଟି ଶକ୍ତି ହରାଉଥିବା ପିଲା ମାନଙ୍କ ରିପୋର୍ଟ ତିଆରି କରି ଏହାର ନିରାକରଣ ଲାଗି କ୍ଲବ ବାଲା ଦେଶ ବିଦେଶରୁ ଅନେକ ପାଣ୍ଠି ସଂଗ୍ରହ କରୁଛନ୍ତି ଓ ସେଥିରେ ମାଲା ମାଲ ହେଉଛନ୍ତି କିନ୍ତୁ ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି । ରାଜ୍ୟ ସରକାର ତୁରନ୍ତ ଏଭଳି କାରବାର ଉପରେ ରୋକ ଲଗାଇବା ସହ ଏହିଭଳି ମାଗଣା ଚଷମା କାରବାର ର‌୍ୟାକେଟରେ କେଉଁ ସରକାରୀ ବାବୁ ମାନେ ଏହି କ୍ଲବ ବାଲାଙ୍କୁ ସାହାଜ୍ୟ କରୁଛନ୍ତି ସେ ବିଷୟରେ ତଦନ୍ତ କରି କାର୍ଯ୍ୟ।ନୁଷ୍ଠାନ ନେବାକୁ ଦାବି ହେଉଛି । ତେବେ ଏନେଇ ଲାୟନ୍ସ କ୍ଲବର ବାବୁ ମାନଙ୍କୁ ପ୍ରତିକ୍ରିୟା ନେବା ଲାଗି ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇନାହିଁ।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande