
ଖୋର୍ଦ୍ଧା,16 ଡିସେମ୍ବର (ହି.ସ.) -ଭାରତ ସ୍କାଉଟ ଗାଇଡର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ ପ୍ରାରମ୍ଭ ରୁ ସମସ୍ତ ଶିବିରାର୍ଥି ଙ୍କ ଉପସ୍ଥିତିରେ ଧ୍ଵଜା ଅବତରଣ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ କମିସନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସକାଳ ୬.୩୦ଟାରେ ସଂଶାଧକ ଦିବାକର ପଟନାୟକ ଙ୍କ ଦ୍ଵାରା ଵି ପି ସିକ୍ସ ଶରୀର ସଞ୍ଜମ କୌଶଳ କାର୍ଯ୍ୟକ୍ରମ ସମସ୍ତ ସ୍କାଉଟ ଗାଇଡ ମାନେ ଅଭ୍ୟାସ କରାଇଥିଲେ। ପରେ ପରେ ବିଭିନ୍ନ ପ୍ରକାର ଦୁଃସାହସିକ କ୍ରୀଡା ଛାତ୍ର ଛାତ୍ରୀ ମାନେ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଶାଧକ ପୀତବାସ ପଟନାୟକ ପରିଚାଳନା କରିବା ସହିତ ସ୍କାଉଟ ମାଷ୍ଟର ପ୍ରକାଶ ଚନ୍ଦ୍ର ପଲେଇ, ବିଚିତ୍ରା ନନ୍ଦ ମହାନ୍ତି ଓ ଆଲୋକ ପ୍ରଧାନ , ଗୁରୁ ପ୍ରସାଦ ସାହୁ ସହାୟତା ପ୍ରଦାନ କରିଥିଲେ। ପ୍ରତ୍ୟୁଷରେ ରମେଶ କୁମାର ବଳବନ୍ତରାୟ ଙ୍କ ଦ୍ବାରା କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଂଶାଧକ ପ୍ରମୁଖ ମାନସ କୁମାର ଶତପଥୀ, ବାସୁଦେବ ସାହୁ, ଲିଟୁ ଭୂୟାଁ, ଓ ବେଣୁଧର ପ୍ରଧାନ, ସହାୟତା ପ୍ରଦାନ କରିଥିଲେ। ଅପରାହ୍ନ କାର୍ଯ୍ୟକ୍ରମରେ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପ୍ରଦର୍ଶନୀ ରେ ସ୍କାଉଟ ଗାଇଡ ମାନେ ଓଡିଶାର ବିଭିନ୍ନ ଲୋପ ପାଇ ଯାଉଥିବା ପୁରୁଣା ଜିନିଷ ଯଥା ମୁଦ୍ରା, ତାଳ ପତ୍ର ପୋଥି, ହାତ ହତିଆର ସରଂହିତ କରି ପ୍ରଦର୍ଶିତ କରି ଦେଖାଇଥିଲେ। ଜିଲ୍ଲା ସ୍କାଉଟ ଗାଇଡ ସଂପାଦକ ସୁଧାକର ମହାପାତ୍ର ଙ୍କ ନେତୃତ୍ୱରେ ଗାଁ ହାଟ ଅନୁଷ୍ଠିତ ହେବା ସହିତ, ମୁଖ୍ୟ କମିସନର , ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ ଏହି ହାଟ କୁ ଉଦ୍ଘାଟନ କରିଥିଲେ। ବିଭିନ୍ନ ଅଞ୍ଚଳ ର ମିଳୁଥିବା ଆଞ୍ଚଳିକ ଜିନିଷ କୁ ସୁଲଭ ଦରରେ କିଣି ବାର ସୁଯୋଗ ସୃଷ୍ଟି କରାଯାଇଥିବା ବେଳେ ଶ୍ରୀ ଅନ୍ନ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ, ମଟର ସୁପ୍ ଓ ବିଭିନ୍ନ ପ୍ରକାରର ପାରମ୍ପାରିକ ଖାଦ୍ୟ
ଛାତ୍ର ଛାତ୍ରୀ ମାନେ ଖାଇବାର ଆଗ୍ରହ ପ୍ରକାଶ ପାଇଥିଲା। ଏହା ପରେ ସ୍କିଲୋ ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏଥିରେ ସ୍କାଉଟ ଗାଇଡ ମାନେ ବିଭିନ୍ନ ପ୍ରକାର ବର୍ଜ୍ୟ ବସ୍ତୁରୁ ସୁନ୍ଦର ସୁନ୍ଦର ଘର କରଣା ଓ ଘର ସଜା ଜିନିଷ ମାଟି, ଝୋଟ, କତା, ତାଳପତ୍ର, କାଶୀ, ବାଉଁଶ ପତିଆ, ପଥର ରୁ ତିଆରି ଖେଳନା ଓ ମୂର୍ତ୍ତି ପ୍ରଦର୍ଶିତ ହୋଇଥିଲା।ଶେଷରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇ ଥିବାର ମଜା କୁ ପିଲାମାନେ ବିଶେଷ ଭାବରେ ଉପଭୋଗ କରିଥଲେ। ଏହି ସବୁ କାର୍ଯ୍ୟକ୍ରମକୁ ସ୍କାଉଟ ମାଷ୍ଟର ବିଭୁ ପ୍ରସାଦ ସେନାପତି, ସୁବାଷ ଚନ୍ଦ୍ର ରାୟ, ମାନସ ବେହେରା, ଭାଗବତ ପାଣ୍ଡେ, ତିଳୋତ୍ତମା ଜେନା, ଆଶିଷ କୁମାର ବିଶ୍ବାଳ, ଧ୍ରୁବ ଚରଣ ଘଡେଇ, ଲୋକନାଥ ପୃଷ୍ଟି, ଦେବେନ୍ଦ୍ର ଦାସ, ଗତିକୃଷ୍ଣ ବିଶ୍ବାଳ ଆଦି ସ୍କାଉଟ ମାଷ୍ଟର ମାନେ ପରିଚାଳନା କରିଥିଲେ। ସମସ୍ତ ପ୍ରତିଯୋଗିତାକୁ ମଣ୍ଡଳ ଶିକ୍ଷା ଅଧିକାରୀ ଯଜ୍ଞ ସେନୀ ସାହୁ, ସନାତନ ଜାଲି, ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର, ଅତିରିକ୍ତ ଶିକ୍ଷା ଅଧିକାରୀ ରଶ୍ମୀବାଳା ପରିଡା, ବିଜୟ କୁମାର ବେହେରା ଓ ମୁଖ୍ୟ ସଂଶାଧକ ମାନେ ବିଚାରକ ଭାବେ କାର୍ଯ୍ୟ ତଦାରଖ କରିଥିଲେ । ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଶିବିରଗ୍ନି ଅନୁଷ୍ଠିତ ହେବା କାର୍ଯ୍ୟ ରେ ଶ୍ରୀରାମ ଭୂୟାଁ, ଆଦି ସହାୟତା କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଆଗାଧୁ ଚରଣ ସେଠୀ ସହଯୋଗ ପ୍ରଦାନ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ