ଘରୋଇ ହିଂସା ପ୍ରତିରୋଧ ଆଈନ ଉପରେ ତାଲିମ ଶିବିର ଅନୁଷ୍ଠିତ
ନୂଆପଡ଼ା, ୧୬ଡ଼ିସେମ୍ବର (ହି.ସ.)- ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ନୂଆପଡା ଆନୁକୁଲ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଘରୋଇ ହିଂସା ପ୍ରତିରୋଧ ଆଈନ ସମ୍ପର୍କିତ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ସଭାରେ ଜିଲ୍ଲାପାଳ ମଧୁସୂଦନ ଦା
Gharoi hinsa


ନୂଆପଡ଼ା, ୧୬ଡ଼ିସେମ୍ବର (ହି.ସ.)- ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ନୂଆପଡା ଆନୁକୁଲ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଘରୋଇ ହିଂସା ପ୍ରତିରୋଧ ଆଈନ ସମ୍ପର୍କିତ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଘରୋଇ ହିଂସାକୁ କିପରି ଭାବରେ ସମାଜରେ ରୋକି ପାରିବା ସେ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା ଅଥିତି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଏହି ତାଲିମ ଶିବିରରେ ସିଡି ଏମଓ ଡଃ ଧନେଶ୍ୱର ସେଠୀ, ଅତିରିକ୍ତ ଏସ.ପି ରଣଜିତ୍ ନାୟକ, ବରିଷ୍ଠ ଓକିଲ ମୁରଲୀଧର ପଣ୍ଡା, ସି ଡ଼ବଲ୍ୟୁସି ଅଧ୍ୟକ୍ଷ ଡ. ଫଣୀନ୍ଦମ ଦେଓ, ଓକିଲ ନାରାୟଣ ପ୍ରସାଦ ଯୋଶୀ, ଡାଃ ଉମାକାନ୍ତ ମେହେର, ମହିଳା ଓ ଶିଶୁ ସେଲ ଇନ୍ସପେକ୍ଟର ସୁର୍ଜ୍ୟକାନ୍ତି ଦାସ , ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଲା, ଜିଲ୍ଲା ସଂଯୋଜକ, ମହିଳା ସଶକ୍ତି କେନ୍ଦ୍ର ଆଶିଷ ରଞ୍ଜନ ଖମାରି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଘରୋଇ ହିଂସା ପ୍ରତିରୋଧ ଆଈନର ଲକ୍ଷ୍ୟ, ଉଦ୍ଦେଶ୍ୟ, ସୁରକ୍ଷା ଅଧିକାରୀ, ପୋଲିସ, ସେବା ପ୍ରଦାନକରି ସଂସ୍ଥା , ଆଶ୍ରୟ ଗୃହମାନଙ୍କର କାର୍ଯ୍ୟ ଓ ଦାୟିତ୍ୱ, ଅଦାଲତ ଦ୍ୱାରା ପୀଡିତାଙ୍କୁ ଦିଆଯାଉଥିବା ସୁରକ୍ଷା , ସହାୟତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଇତ୍ୟାଦି ଉପରେ ଅଧିକାରୀ ମାନେ ଆଲୋକପାତ କରିଥିଲେ। ଏହି ତାଲିମ ଶିବିରରେ ସମସ୍ତ ପ୍ରୋଗ୍ରାମ ଅଫିସର, ସମସ୍ତ ସିଡିପିଓ, ସମସ୍ତ ଥାନାର ପୋଲିସ ଅଧିକାରୀ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ, ସଖି ସେଂଟର କାର୍ଯ୍ୟକର୍ତା, ଶକ୍ତି ସଦନ କାର୍ଯ୍‌ଯକର୍ତା, ପରିବାର ପରାମର୍ଶ କେନ୍ଦ୍ର ଅଧିକାରୀ ଯୋଗ ଦେଇଥିଲେ। ଏହି ତାଲିମ ଶିବିର ପରିଚାଳନାରେ ମହିଳା ସଶକ୍ତି କେନ୍ଦ୍ରର ନାରଦ ଛତର , ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରଞ୍ଜନ କୁମାର ସାହୁ , ଡ଼ିସି ଓ ଏବଂ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande