ବସୁଧା ବନ୍ଦନ ସମାରୋହ ଓ ଦେବଦମ୍ପତି ସମ୍ମିଳନୀ
କେନ୍ଦୁଝର, ୧୬ ଡିସେମ୍ବର (ହି.ସ.)- ଅଖିଳବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ଓ ଗାୟତ୍ରୀ ଶକ୍ତିପୀଠ କେନ୍ଦୁଝର ଆନୁକୂଲ୍ୟରେ ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ନିମନ୍ତେ ବସୁଧା ବନ୍ଦନ ସମାରୋହ ଓ ଦେବଦମ୍ପତ୍ତି ସମ୍ମିଳନୀ କରାଯାଇଛି। ମାନବ ସମାଜର କୁବିଚାର କୁ ସୁବିଚାରରେ ପରିବର୍ତ୍ତନ କରିବା ପାଇଁ ରବି
ବସୁଧା ବନ୍ଦନ ସମାରୋହ ଓ ଦେବଦମ୍ପତି ସମ୍ମିଳନୀ


କେନ୍ଦୁଝର, ୧୬ ଡିସେମ୍ବର (ହି.ସ.)- ଅଖିଳବିଶ୍ୱ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ଓ ଗାୟତ୍ରୀ ଶକ୍ତିପୀଠ କେନ୍ଦୁଝର ଆନୁକୂଲ୍ୟରେ ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ନିମନ୍ତେ ବସୁଧା ବନ୍ଦନ ସମାରୋହ ଓ ଦେବଦମ୍ପତ୍ତି ସମ୍ମିଳନୀ କରାଯାଇଛି। ମାନବ ସମାଜର କୁବିଚାର କୁ ସୁବିଚାରରେ ପରିବର୍ତ୍ତନ କରିବା ପାଇଁ ରବିବାର ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ୨୪ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପାଇଁ ସ୍ଥିରୀକୃତ ଦେଵଦମ୍ପତ୍ତି ମାନେ ଗାୟତ୍ରୀ ଯଜ୍ଞରେ ପୂର୍ଣ୍ଣାହୁତ୍ତି ପ୍ରଦାନ କରି ବସୁଧା ବନ୍ଦାଣ ଓ ଯଜ୍ଞ ଭୂମି ଶୋଧନ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଗାୟତ୍ରୀ ପରିବାରର ଅନେକ ସଦସ୍ୟ ଉପସ୍ଥିତ ରହି ସାମୁହିକ ବିଶ୍ୱ ଶାନ୍ତି ଗାୟତ୍ରୀଯଜ୍ଞ କରିଥିଲେ।

ଗାୟତ୍ରୀ ଶକ୍ତିପୀଠର ପ୍ରମୁଖ ଟ୍ରଷ୍ଟି ପ୍ରସନ୍ନ କୁମାର ପତି, ପ୍ରବଚିକା କଳ୍ପନା ତ୍ରିପାଠୀ ଓ ଚନ୍ଦ୍ରଶେଖର ଉପାଧ୍ୟାୟ ଟୋଲି ପରିଚାଳନା ଓ ବେଦମନ୍ତ୍ର ପାଠ ସହ ଗାୟତ୍ରୀ ଜପ କରିଥିବା ବେଳେ ଟ୍ରଷ୍ଟି ବ୍ରଜ କିଶୋର ଓଝା, ଚକ୍ରଧର ରାଜ, ମନୋରଞ୍ଜନ ସାହୁ, ପୁଷ୍ପଲତା ସାହୁ, ମାମି ଚୌଧୁରୀ, ସତ୍ୟରଞ୍ଜନ ସାମଲ, ଆଦିତ୍ୟ ଦାଶ,ଦେବାଶିଷ ପତି, ମାନସ ରଞ୍ଜନ ପଟ୍ଟନାୟକ, ସତ୍ୟଜିତ ସାମନ୍ତରାୟ ପ୍ରମୁଖ ଯଜ୍ଞ ପରିଚାଳନାରେ ସାହାଯ୍ୟ କରିଥିଲେ। ଗାୟତ୍ରୀ ଶକ୍ତିପୀଠ କେନ୍ଦୁଝରର ମୁଖ୍ୟ ଟ୍ରଷ୍ଟି ଜଗଦୀଶ ପ୍ରସାଦ ଦାଶ, ଜିଲା ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର, ବାସନ୍ତି ଓଝା ପ୍ରମୁଖଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା। ଆସନ୍ତା ଡିସେମ୍ବର ମାସ ୨୫ ତାରିଖ ଠାରୁ ଚବିଶ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ଅବସରରେ ଶାନ୍ତିକୁଞ୍ଜ ହରିଦ୍ୱାରରୁ ସ୍ୱତନ୍ତ୍ର ଟୋଲି କେନ୍ଦୁଝର ଗସ୍ତରେ ଆସୁଥିବା ବେଳେ ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଗାୟତ୍ରୀ ପରିବାରର ସଦସ୍ୟ ମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande