ହୃଦୁରାମପୁର ରେ ତ୍ରିଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
କେନ୍ଦୁଝର, ୧୬ ଡିସେମ୍ବର (ହି.ସ.)- ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ହୃଦୁରାମପୁର ଗ୍ରାମ ସନରାଇଜ ଯୁବକ ସଂଘ ଆନୁକୂଲ୍ୟରେ 29ତମ ବାର୍ଷିକ ତ୍ରୀଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ବାଙ୍କିଆ ହାଇସ୍କୁଲ ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ରଙ୍ଗାମାଟିଆ
Football tournament inaugurated


କେନ୍ଦୁଝର, ୧୬ ଡିସେମ୍ବର (ହି.ସ.)-

ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ହୃଦୁରାମପୁର ଗ୍ରାମ ସନରାଇଜ ଯୁବକ ସଂଘ ଆନୁକୂଲ୍ୟରେ 29ତମ ବାର୍ଷିକ ତ୍ରୀଦିବସୀୟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ବାଙ୍କିଆ ହାଇସ୍କୁଲ ଖେଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ରଙ୍ଗାମାଟିଆ ସରପଞ୍ଚ ମାଧୁରୀ ନାଏକ, ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ସିଦ୍ଧାର୍ଥ କୁମାର ସିଂହ, ଅବସରପ୍ରାପ୍ତ ଏମ. ଭି. ଆଇ ଇଂ. କ୍ଷୀରୋଦ ଚନ୍ଦ୍ର ମହାନ୍ତ, ବାଙ୍କିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ରମଣୀ ରଞ୍ଜନ ନାୟକ, ଶିକ୍ଷକ ଅଜିତ ନାୟକ, ଭଣ୍ଡା ମଣ୍ଡଳ ବିଜେପି ସଭାପତି ବୀରେନ୍ଦ୍ର ବେହେରା, ପୂର୍ବତନ ସଭାପତି ହେମନ୍ତ ମହାନ୍ତ, ପୂର୍ବତନ ସରପଞ୍ଚ ରତିକାନ୍ତ ସିଂହ ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସlହିତ କରିଥିଲେ l ପ୍ରଥମେ ଗ୍ରାମର ଦେହୁରୀ ମନୋରଞ୍ଜନ ନାୟକ ଖେଳ ପଡିଆରେ ପୂଜାଅର୍ଚନା କରିଥିଲେ l ଉଦଘାଟନୀ ମ୍ୟାଚ ମୟୁରଭଞ୍ଜ ର ଆରିଆନ ଗ୍ରୁପ, କେନ୍ଦୁଆ ଓ କେନ୍ଦୁଝରର ଶ୍ରୀରାମ ସ୍ପୋଟିଙ୍ଗ, ଟିକରପଡା ମଧ୍ୟରେ ଚିତାକର୍ଷକ ଖେଳ ଖେଳା ଯାଇଥିଲା l ଖେଳକୁ ରେଫରୀ ଯତୀନ ମହାନ୍ତ, ଶଂକର୍ଷଣ ନାୟକ, ଗଜାନନ ପାତ୍ର, ନୀତିଶ ମହାନ୍ତ, ଚନ୍ଦ୍ରଶେଖର ନାୟକ ପରିଚାଳନା କରିଥିବା ବେଳେ ଯୁବ ଭାଷ୍ୟକାର ଟିକାୟତ ନାୟକ, ସୁରଜ ବିରୁଲି ଓଡ଼ିଆ ଓ ହିନ୍ଦୀରେ ଧାରାବିବରଣୀ ପ୍ରଦାନ କରିଥିଲେ l ୩ ଦିନ ଧରି ହେଉଥିବା ଫୁଟବଲ ଖେଳରେ 32ଟି ଦଳ ଅଂଶଗ୍ରହଣ କରୁଛନ୍ତି ଏବଂ ଏହା ବୁଧବାର ଦିନ ଉଦଯାପିତ ହେବ ଓ ବିଜେତା ଦଳକୁ ଯଥାକ୍ରମେ 1ମ ପୁରସ୍କାର 70 ହଜାର, 2ୟ ପୁରସ୍କାର 50ହଜାର, 3ୟ ପୁରସ୍କାର 30 ହଜାର ଓ ଚତୃର୍ଥ ପୁରସ୍କାର କୋଡିଏ ହଜାର ଟଙ୍କାର ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ ମାନେ ଜଣାଇଛନ୍ତି l ଫୁଟବଲ ଖେଳକୁ ଯୁବକ ସଙ୍ଘ ଉପଦେଷ୍ଟା ନବୀନ ଚନ୍ଦ୍ର ନାୟକ, ସଭାପତି ଦିବ୍ୟ ରଞ୍ଜନ ନାୟକ, ସମ୍ପାଦକ କ୍ରିଷ୍ଣାକାନ୍ତ ନାୟକ, ସଦସ୍ୟ କୁଳମଣି ନାୟକ, ସଦସ୍ୟ ସୋନା ନାୟକ, ପପୁନ ନାୟକ, ଫୁକୁଲୁ, ମାନସ, ବାଦଲ, ସୋମ, ସୌମ୍ୟ, ରାହୁଲ, ଗୁଲୁ, ରୋହିତ, ସୁଶୀଲ, ଚୌଧୁରୀ, କାହ୍ନl, ମାଖନ ନାୟକ ପ୍ରମୁଖ ସଦସ୍ୟ ମାନଙ୍କ ଦ୍ଵାରା ପରିଚାଳିତ ହେଉଥିବା ଜଣାଯାଇଛି l ଖେଳ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ହଜାର ହଜାର ଫୁଟବଲ ପ୍ରେମୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା l

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande