ମା ସମଲେଶ୍ଵରୀଙ୍କ ଦର୍ଶନ କଲେ, ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ସମ୍ବଲପୁର, ୧୩ ଅକ୍ଟୋବର (ହି.ସ.)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଶହରା ଅବସରରେ ସମ୍ବଲପୁର ଗସ୍ତରେ ଆସିଥିଲେ । ପବିତ୍ର ବିଜୟା ଦଶମୀ ଓ ଦଶହରା ଅବସରରେ ସେ ସମ୍ବଲପୁରରେ ସମଲେଇ ଓ ପାଟଣେଶ୍ଵରୀଙ୍କ ଦର୍ଶନ କରିଥିଲେ । ଏଥିସହିତ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ମା’ଦୁର୍ଗାଙ୍କ
ସମଲେଶ୍ଵରୀଙ୍କ ଦର୍ଶନ କଲେ, ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ-୨


ସମଲେଶ୍ଵରୀଙ୍କ ଦର୍ଶନ କଲେ, ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ


ସମ୍ବଲପୁର, ୧୩ ଅକ୍ଟୋବର (ହି.ସ.)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଶହରା ଅବସରରେ ସମ୍ବଲପୁର ଗସ୍ତରେ ଆସିଥିଲେ । ପବିତ୍ର ବିଜୟା ଦଶମୀ ଓ ଦଶହରା ଅବସରରେ ସେ ସମ୍ବଲପୁରରେ ସମଲେଇ ଓ ପାଟଣେଶ୍ଵରୀଙ୍କ ଦର୍ଶନ କରିଥିଲେ । ଏଥିସହିତ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ମା’ଦୁର୍ଗାଙ୍କ ଦର୍ଶନ କରିଛନ୍ତି । ସମ୍ବଲପୁରର ଠେଲକୋଲି ଏବଂ ରେଙ୍ଗାଲି ଠାରେ ଦୁର୍ଗାପୂଜା ବୁଲିବା ସହ ଅଇଁଠାପାଲି ପିଏଚଡି ପଡିଆଠାରେ ରାବଣ ପୋଡ଼ି ଉତ୍ସବ - ୨୦୨୪ରେ ସାମିଲ୍ ହୋଇ ରାବଣ ଦହନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ । ଆମର କଳା, ସଂସ୍କୃତି, ପରମ୍ପରାକୁ ଉଜ୍ଜିବୀତ ରଖିବାର ଅନନ୍ୟ ଅବସର । ଦୁର୍ଗା ପୂଜା ସାମାଜିକ ସମରସତାର ଅନନ୍ୟ ବିଭବ । ଆସୁରିକ ଶକ୍ତି ଉପରେ ଦିବ୍ୟଶକ୍ତି ; ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ପ୍ରଭୁ ଶ୍ରୀରାମ, ମା’ ଦୁର୍ଗା ଓ ମା’ ସମଲେଇଙ୍କ ଆଶୀର୍ବାଦରୁ ସମାଜରୁ ଅନ୍ଧକାର ରୂପକ ରାବଣ ବିଲୁପ୍ତ ହେଉ । ଆମ ରାଜ୍ୟ ଓ ଦେଶ ପ୍ରଗତିର ପଥରେ ଆଗକୁ ଯାଉ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି । ସେହିପରି ରବିବାର ସକାଳୁ ମା ସମଲେଇଙ୍କ ଦର୍ଶନ କରିବା ସହ ବିଭିନ୍ନ ପୂଜା ମଣ୍ଡପ ବୁଲି ମା ଦୁର୍ଗାଙ୍କ ଦର୍ଶନ କରିଛନ୍ତି ।

ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବା ପରେ ସେ ରେଳବାଇ ଇନଷ୍ଟିଚ୍ୟୁଟ ଓ ଅନ୍ୟ ପୂଜା ମଣ୍ଡପକୁ ଯାଇ ମା'ଙ୍କ ଆଶୀର୍ବାଦ କାମନା କରିଥିଲେ । ଏହି ଗସ୍ତ ସମୟରେ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ବିଜେପି ନେତା ସୁଶାନ୍ତ ପୁରୋହିତ, ସୀମାଚଂଳ ଖଟେଇ । ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande