ଦଶହରାରେ ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ଵର ବେଶ, ଆସନ୍ତା କାଲି ଗୋଷାଣି ଯାତ
ପୁରୀ, ୧୩ ଅକ୍ଟୋବର (ହି.ସ.)- ଦଶହରାରେ ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ଵର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ, ନୂଆ ଲୁଗା
ଶ୍ରୀମନ୍ଦିର


ପୁରୀ, ୧୩ ଅକ୍ଟୋବର (ହି.ସ.)- ଦଶହରାରେ ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ଵର ବେଶ ତଥା ସୁନାବେଶ ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନ, ନୂଆ ଲୁଗା ଲାଗି ହୋଇଛି । ୩୨ ମୂର୍ତି ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁଙ୍କୁ ଏହି ବେଶରେ ଭୂଷିତ କରାଯାଇଛି । ନୂତନ ପାଟବସ୍ତ୍ର ଓ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ଶ୍ରୀଜୀଉ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀର ବେଶ ଧାରଣ କରି ଶ୍ରୀ ଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବେ । ସେଠାରେ ବିଭିନ୍ନ ଦଶହରା ନୀତି ଅନୁଷ୍ଠିତ ହେବ । ପରେ ଶ୍ରୀମନ୍ଦିରକୁ ଠାକୁର ମାନେ ବାହୁଡ଼ିବେ । ଆସନ୍ତାକାଲି ଶ୍ରୀକ୍ଷେତ୍ରର ବିଭିନ୍ନ ସାହିର ପୂଜା ମଣ୍ଡପରୁ ଦେବୀଙ୍କ ମୃଣ୍ମୟୀ ମୂର୍ତି ମେଢ଼ ସହ ପଟୁଆରରେ ଆସି ସିଂହଦ୍ଵାରରେ ଗୋଷାଣି ଯାତରେ ବିଜେ କରିବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande