ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭାର ବାର୍ଷିକୋତ୍ସବ ପାଳିତ-
ସୁବର୍ଣ୍ଣପୁର, 17 ଅକ୍ଟୋବର (ହି.ସ.) ପବିତ୍ର ଆଶ୍ବିନ ପୁର୍ଣିମା ଅବସର ରେ ପ୍ରତି ବର୍ଷପରି ଚଳିତ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜର ବାର୍ଷିକ ଉତ୍ସବ ସ୍ଥାନୀୟ ସମେଲେଇ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ପ୍ରଥମେ ମାଁ ବୁଢିସମଲେଇ ମନ୍ଦିର ରୁ ଏକ ପାରମ୍ପାରିକ ବାଡିଖେଳ ର
ସୁବର୍ଣ୍ଣପୁର ଜିଲ୍ଲା ଯାଦବ ମହାସଭାର ବାର୍ଷିକୋତ୍ସବ ପାଳିତ*-


ସୁବର୍ଣ୍ଣପୁର, 17 ଅକ୍ଟୋବର (ହି.ସ.)

ପବିତ୍ର ଆଶ୍ବିନ ପୁର୍ଣିମା ଅବସର ରେ ପ୍ରତି ବର୍ଷପରି ଚଳିତ ବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ଯାଦବ ସମାଜର ବାର୍ଷିକ ଉତ୍ସବ ସ୍ଥାନୀୟ ସମେଲେଇ ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ପ୍ରଥମେ ମାଁ ବୁଢିସମଲେଇ ମନ୍ଦିର ରୁ ଏକ ପାରମ୍ପାରିକ ବାଡିଖେଳ ର ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ସମଲେଇ ମନ୍ଦିର ରେ ପହଂଚିଥିଲେ ା ପରେ ମାଁ ସମଲେଶ୍ବରିଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପରିସରରେ ଏକ ସଭା ଆୟୋଜିତ ହୋଇଯାଇଛି ା ଏହିଉତ୍ସବରେ ଜିଲ୍ଲା ସଭାପତି ତପନ ଜୁଆଡି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇ ଯାଦବ ସମାଜ ସମଗ୍ର ମାବଜାତିରଏକ ଶ୍ରେଷ୍ଠ ସମାଜବୋଲି ଅଭିହିତ କରିଥିବା ବେଲେ ରାଜ୍ୟରେଥିବା ସମସ୍ତ ଯାଦବ ସମାଜର ଉନ୍ନତି କାମନା କରିଥିଲେ ା ସେହିପରି ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୂପାରଠେଲା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଯାଦବ ସମାଜର ମହିଳା ମାନଂକୁୁ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ପ୍ରବର୍ତ୍ତାଇ ଥିଲେ । ଏହିଉତ୍ସବରେ ପଡୋଶି ବରଗଡ,ସମ୍ବଲପୁର ବଲାଙ୍ଗିର, ବୌଦ୍ଧ ଆଦି ଜିଲ୍ଲାର ସଭାପତି ମାନେ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ଜିଲ୍ଲାର ଛଅଗୋଟି ବ୍ଲକର ସଭାପତି, ଉପସଭାପତି ଓ ସମ୍ପାଦକ ମାନେ ଯୋଗଦେଇ ଯାଦବ ସମାଜରେ ଥିବା ବିଭିନ୍ନ ପ୍ରକାର କୁସଂସ୍କାର କୁ ପ୍ରତିହତ କରିବା ସହିତ ସମାଜରେ ଥିବା ଅବହେଳିତ ପରିବାର ସମୂହକୁ ସମାଜରମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଓ ଜିଲ୍ଲା ଯାଦବ ସମାଜ ପକ୍ଷରୁ ସହଯୋଗ କରିବା ପାଇଁ ପ୍ରତିବଦ୍ଧ ଥିବା କହିଥିଲେ ା ଏହିସଭାରେ ବୃନ୍ଦାବନ ଦୀପ ସଭାପରିଚାଳନା କରିଥିବା ବେଳେ ସୋନପୁର ଯୁବ ଯାଦବ ସଭାପତି ସୁରେଶ ଷlଣ୍ଢ ଧନ୍ୟବାଦ୍ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯାଦବ ସମାଜର ସହରାଞ୍ଚଳ ସଭାପତି ପ୍ରପୁଲ୍ଲ ନାଏକ, ସମ୍ପାଦକ ପୀତବାସ ଭୋଇ, ରୁତୁରାଜ ବାଘ,ପ୍ରକାଶ ହାତି, ରଂଜନ ଠେଲା, ଗଣପତି ବାଘ, ପୂର୍ବତନ ଜିଲ୍ଲା ସଭାପତି ମନବୋଧ ଭୋଇ, କୃଷ୍ଣକୁମାର ବାଘ, ଚିତ୍ତରଞ୍ଜନ ଭୋଇ, ଦୁର୍ବାଦଳ ନାଏକ, ପୃଥ୍ୱୀରାଜ ବାଗ, ପଞ୍ଚାନନ ନାଏକ, ଅରବିନ୍ଦ ଭୋଇ, ସତ୍ୟନାରାୟଣ ବାଗ, ନନ୍ଦିକିଶୋର ଭୋଇ,ମନୋଜ ଯୁଆଡି, ସଦାନନ୍ଦ ଥପା ,ସଦାନନ୍ଦ ଜାଲ, ପ୍ରମୁଖ ଯୋଗଦେଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande