ମା ଙ୍କ ପୂଜା ପାଇଁ ଉତ୍ସବ ମୁଖର ଗୋପାଳପୁର ଗ୍ରାମ
ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ଗୋପାଳପୁର ଗ୍ରାମ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି।ଏହି ପୂଜା ମଣ୍ଡପରେ ୧୦୦ ବର୍ଷରୁ ଉର୍ଦ୍ଧ ଧରି ପୂଜା ପାଉଛନ୍ତି। ଲକ୍ଷ୍ମୀନାରାୟଣ ସମେତ ଶିବପାର୍ବତୀ ଗଣେଶ, ସରସ୍ୱତୀ ସମେତ ପାର୍ଶ୍ୱ ଦେବା ଦେବୀ ପୂଜା ପା
GOPALPUR GRAMA LAXMI PUJA


ଭଦ୍ରକ, ୧୮ ଅକ୍ଟୋବର (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ଗୋପାଳପୁର ଗ୍ରାମ ଲକ୍ଷ୍ମୀନାରାୟଣ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି।ଏହି ପୂଜା ମଣ୍ଡପରେ ୧୦୦ ବର୍ଷରୁ ଉର୍ଦ୍ଧ ଧରି ପୂଜା ପାଉଛନ୍ତି। ଲକ୍ଷ୍ମୀନାରାୟଣ ସମେତ ଶିବପାର୍ବତୀ ଗଣେଶ, ସରସ୍ୱତୀ ସମେତ ପାର୍ଶ୍ୱ ଦେବା ଦେବୀ ପୂଜା ପାଇଥାନ୍ତି। ପ୍ରତି ବର୍ଷ ଏଠାରେ ଧୁମ୍ ଧାମରେ ପାଳନ ପାଳନ କରିଥାଆନ୍ତି ଚାଷୀ (ଗୋଲା)ସମ୍ପ୍ରଦାୟର ଲୋକ ମାନେ। ସୁସଜ୍ଜିତ ସାଜସଜ୍ଜା ସହିତ ଆଲୋକ ମାଳା ରେ ମଣ୍ଡପରେ ପୂଜା ପାଇଥାନ୍ତି ମା ଲକ୍ଷ୍ମୀ। ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ ପୁଷ୍କରିଣୀ ରୁ ୫ଗୋଟି କଳସ ଘଟୋଉତଳନ କରାଯାଇ ବାଜା ବାଣ ରୋଷଣୀରେ ଗୋପାଳପୁର ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପକୁ ଅଣାଯାଇ ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର, ବିଷ୍ଣୁ ଚରଣ ଶତପଥି ଙ୍କ ଦ୍ୱାରା କଳସକୁ ପୂଜାକରି ମଣ୍ଡପରେ ସ୍ଥାପନ କରି ସମସ୍ତ ପୂଜା ସମ୍ପାଦନ କରିଥିଲେ। ଏ ବର୍ଷର ମୂର୍ତି କାରିଗର ଦାମୋଦର ବେହେରା ସମସ୍ତ ସୁନ୍ଦର ମୂର୍ତି ତିଆରି କରିଥିବା ବେଳେ ,ପ୍ରତିଦିନ ପାଖ ଆଖ ଅଂଚଳରେ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପରେ ଭିଡ ଜମିଥାଏ। ପୂଜା କମିଟି ର ସଭାପତି ଶ୍ୟାମ ସୁନ୍ଦର ଗିରି ସମ୍ପାଦକ ସନ୍ତୋଷ ଗିରି , ପ୍ରଫୁଲ୍ଲ ଗିରି, ସୁଦର୍ଶନ ଗିରି, ଜୟନ୍ତ ଦାସ, ଟୁକୁନା ଦାସ, ଗଙ୍ଗାଧର ଦାସ, ଜଗନ୍ନାଥ ପରିଡ଼ା, ସରୋଜ ଗିରି, ବିଶ୍ୱନାଥ ଗିରି, ସମେତ ଗୋପାଳପୁର ଗ୍ରାମର ସମସ୍ତ ପୂଜା ପାଇଁ ସହଯୋଗ କରୁଥିବା ବେଳେ ପ୍ରତିଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ପୂଜା ମଣ୍ଡପ ରେ ମା ଲକ୍ଷ୍ମୀ ନାରାୟଣ ଙ୍କ ସମେତସମସ୍ତ ପାର୍ଶ ଦେବା ଦେବୀ ୫ଦିନ ପୂଜା ପାଇବା ପରେ ଭସାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା। ଏ ବର୍ଷର ମୁଖ୍ୟ ଆକର୍ଷଣ ସେଚେତନ୍ ମାଧ୍ୟମରେ ସୁଭଦ୍ରା ଯୋଜନା ମୂର୍ତି ନିର୍ମାଣ କରିଛନ୍ତି ମୂର୍ତି କାରିଗର।

ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande