କୁନାକୁ ପିଟିଲା କାର ଜଣେ ମୃତ,୫ଗୁରୁତର।
ଖୋର୍ଦ୍ଧା, 18 ଅକ୍ଟୋବର (ହି.ସ.)ଖୋର୍ଦ୍ଧା, ୧୬ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଲୁନା ଚାଳକଙ୍କ ମୃତ୍ୟୁ ଘଟଥିବାବେଳେ କାରରେ ଥିବା ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଚଣ୍ଡେଶ୍ୱର ଗ୍ରାମର ରଘୁନାଥ ବାରିକ(୬୩)।
ଦୁର୍ଘଟଣା


ଖୋର୍ଦ୍ଧା, 18 ଅକ୍ଟୋବର (ହି.ସ.)ଖୋର୍ଦ୍ଧା, ୧୬ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଲୁନା ଚାଳକଙ୍କ ମୃତ୍ୟୁ ଘଟଥିବାବେଳେ କାରରେ ଥିବା ୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ଚଣ୍ଡେଶ୍ୱର ଗ୍ରାମର ରଘୁନାଥ ବାରିକ(୬୩)। ଗୁରୁତର ଆହତମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।ସୂଚନା ମୁତାବକ ପଶ୍ଚିମବଙ୍ଗରରୁ ଓଡ଼ିଶା ଭ୍ରମଣରେ ଆସିଥିବା ଏକ ପରିବାର କାରରେ ଗଂଜାମ ଜିଲ୍ଲା ରମ୍ଭା ଅଞ୍ଚଳକୁ ଯାଉଥିଲେ। ସେମାନେ ଟାଙ୍ଗୀସ୍ଥିତ ବ୍ରାହ୍ମଣ୍ଡୀ ଠାରେ ଏକ ଟ୍ରକ୍‌କୁ ବାମପଟେ ଓଭର୍ ଟେକ କରି ଏକ ଲୁନାକୁ ଧକ୍କାଦେଇଥିଲେ। କାରଟି ଦ୍ରୁତଗତିରେ ଥିବାରୁ ଡ୍ରାଇଭର ଆୟତ୍ତ କରିନପାରି ଏକ ଖଜୁରୀ ଗଛରେ ପିଟିଥିଲା। ଫଳରେ ଲୁନା ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ଘଟଣାସ୍ଥଳରେ ଗ୍ରାମବାସୀ ପହଂଚି ଅଗ୍ନିଶମ ବାହିନୀକୁ ଖବର୍ ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଂଚି ମୃତ ରଘୁନାଥ ବାରିକଙ୍କ ମରଶରୀର ଏବଂ କାରରେ ଥିବା ସମସ୍ତ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଦୂର୍ଘଟଣା ଗସ୍ତ ଗାଡିକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି। ତେବେ ଗୁରୁତର ଆହତମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande